ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଭାରତର ଦିନିକିଆ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧନମିତ ହେଲା ଜାତୀୟ ପତାକା

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଦେଶର ସମସ୍ତ ସରକାରୀ ବିଲିଡିଂରେ ଥିବା ରାଷ୍ଟ୍ରୀୟ ଧ୍ୱଜ ଅର୍ଦ୍ଧନମିତ କରାଯାଇଛି । ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି ଭାରତ । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା ହୋଇଛି ।

ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁରେ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି ଭାରତ । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ୍ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଦେଶର ସମସ୍ତ ସରକାରୀ ବିଲିଡିଂରେ ଥିବା ରାଷ୍ଟ୍ରୀୟ ଧ୍ୱଜ ଅର୍ଦ୍ଧନମିତ କରାଯାଇଛି ।

ଖବର ମୁତାବକ, ରବିବାର ହେଲିକପ୍ଟର ଆଜେରବୈଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ସହିତ ଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଆଜେରବୈଜାନ ଦେଶ ସୀମାରେ ଥିବା ସହର ଜୋଲଫା ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ଆଜେରବୈଜାନର ପାହାଡ ଏବଂ ଘନ ଅଞ୍ଚଳରେ ହେଲିକପ୍ଟର ରବିବାର ଦିନ ଦୁର୍ଘଟଣାର ଶିକାର ହୋଇଥିଲା । ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଅଂଚଳରେ ଘନ କୁହୁଡ଼ି ଥିଲା ବୋଲି ଜଣାପଡ଼ିଛି । ଇରାନ ସରକାରଙ୍କୁ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ରଇସି ୨୦୨୧ ରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ । ନ୍ୟାୟପାଳିକାଠାରୁ ଧାର୍ମିକ ଜଗତ ପର୍ଯ୍ୟନ୍ତ ଲୋକଙ୍କ ସହ ରଇସିଙ୍କର ଗଭୀର ସମ୍ପର୍କ ରହିଛି । ସେ ୧୫ ବର୍ଷ ବୟସରେ କୋମ୍‌ ସହରରରେ ଅବସ୍ଥିତ ମାଡ୍ରାସାରେ ଅଧ୍ୟୟନ ଆରମ୍ଭ କରିଥିଲେ । ସେହି ସମୟରେ ଅନେକ ମୁସଲମାନ ପଣ୍ଡିତମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ । ୨୦ ବର୍ଷ ବୟସରେ ସେ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ । ପରେ ସେ ରାଜଧାନୀ ତେହେରାନ୍‌ରେ ଡେପୁଟି ଓକିଲ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ରାଇସି ୭ ମାର୍ଚ୍ଚ ୨୦୧୬ରେ ମସହାଦ୍‌ର ବୃହତ ସାମାଜିକ ଅନୁଷ୍ଠାନ ଆସ୍ଥାନ ରଜଭିର ସଭାପତି ହୋଇଥିଲେ । ପରେ ଇରାନ୍‌ ରାଜନୀତିରେ ରାଇସି ଶକ୍ତିଶାଳୀ ନେତାଙ୍କ ସହ ତାଙ୍କୁ ଗଣନା କରାଯାଇଥିଲା ।

You might also like