ଦେଶ ବିଦେଶ

‘ପିଓକେ’କୁ ଖାଲି କରିବା ପାଇଁ ଦାବି କଲା ଭାରତ, ନ୍ୟାୟ ପାଇଁ ଅପେକ୍ଷା

ଭାରତର ଅଭିନ୍ନ ଅଙ୍ଗ ହେଉଛି ଜମ୍ମୁ କାଶ୍ମୀର । କିନ୍ତୁ ପାକିସ୍ତାନ ଭାରତ ସୀମାରେ ଥିବା ପିଓକେକୁ ବେଆଇନ ଭାବେ କବଜା କରି ରଖିଛି । ବର୍ତ୍ତମାନ ‘ପିଓକେ’କୁ ତୁରନ୍ତ ଖାଲି କରିବା ପାଇଁ ଭାରତ ଦାବି କରିଛି । ମିଳିତ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଭାରତ ପ୍ରତିନିଧି ଦାବି କରିଛନ୍ତି ।

ଭାରତ ମିଳିତ ଜାତିସଂଘରେ ପାକିସ୍ତାନକୁ ସ୍ପଷ୍ଟ କରିଛି ଯେ ଜମ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତ କହିଛି ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକାରୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଆତଙ୍କବାଦୀ ଆକ୍ରମଣର ୧୫ ବର୍ଷ ପରେ ମଧ୍ୟ ଭାରତ ନ୍ୟାୟ ପାଇଁ ଅପେକ୍ଷା କରିଛି । ଏହା ବ୍ୟତୀତ ଦକ୍ଷିଣ ଏସିଆରେ ଶାନ୍ତି ପାଇଁ ପାକିସ୍ତାନକୁ ତିନୋଟି ପରାମର୍ଶ ଦେଇଛି ଭାରତ । ଏହି ତିନୋଟି ପରାମର୍ଶ ହେଉଛି ଆତଙ୍କବାଦ ବନ୍ଦ କରିବା, ଜମ୍ମୁ କାଶ୍ମୀରରେ କବଜା କରିଥିବା ଅଞ୍ଚଳ ଖାଲି କରିବା ଏବଂ ସଂଖ୍ୟାଲଘୁ ଜନସଂଖ୍ୟା ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବାକୁ ଭାରତ କହିଛି ।

ପାକିସ୍ତାନ କବଜା କରିଥିବା ସମସ୍ତ ଅଞ୍ଚଳ ଖାଲି କରିବାକୁ ଭାରତର ସଚିବ ପଟେଲ ଗହଲେଟ୍ କହିଥିଲେ । କେନ୍ଦ୍ରଶାସିତ ପ୍ରଦେଶରେ କବଜା କରିଥିବା ଅଞ୍ଚଳ ଖାଲି କରିବା ସହିତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ଭାରତ କହିଛି । ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତଙ୍କୁ କାହିଁକି ଦଣ୍ଡ ଦିଆଯାଇନି ବୋଲି ଭାରତ ପ୍ରଶ୍ନ ଉଠାଇଛି । ଏହାପୂର୍ବରୁ ପାକିସ୍ତାନ ଭାରତ ବିରୋଧରେ ଅନେକ ଆରୋପ ଲଗାଇଥିଲା । ଏହା ଉପରେ ଭାରତ କହିଛି ଯେ ପାକିସ୍ତାନ ଜାତିସଂଘ ମଞ୍ଚର ଅପବ୍ୟବହାର କରୁଛି ।

ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ କକର ମିଳିତ ଜାତିସଂଘ ସାଧାରଣ ସଭାରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସାହସ କରିଥିଲେ। ବାରମ୍ବାର ଆନ୍ତର୍ଜାତୀୟ ଅପମାନର ଶିକାର ହେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ କକର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଯାହାର କଡ଼ା ଜବାବ ଦେଇଛି ଭାରତ ।

ଭାରତ ପକ୍ଷରୁ ପଟେଲ ଗହଲେଟ୍ ମିଳିତ ଜାତିସଂଘ ସାଧାରଣ ସଭାରେ ନିଜର ମତ ରଖିଥିଲେ । ସେ ପାକିସ୍ତାନକୁ କଡ଼ା ଜବାବ ଦେଇ କହିଛନ୍ତି ଯେ, ମାନବିକ ଅଧିକାରର ଉନ୍ନତି କରୁ ପାକିସ୍ତାନ। ଭାରତୀୟ ସଚିବ ଗହଲେଟ୍‌ କହିଛନ୍ତି ଯେ ଯଦି ପାକିସ୍ତାନ ଅନ୍ୟମାନଙ୍କ ଉପରେ ଆଙ୍ଗୁଠି ଦେଖେଇବା ବଦଳରେ ନିଜର ମାନବିକ ଅଧିକାରର ରେକର୍ଡରେ ଉନ୍ନତି ଆଣେ ତେବେ ଏହା ଭଲ ହେବ । ସଂଖ୍ୟାଲଘୁ ଏବଂ ମହିଳାମାନେ ପ୍ରତିଦିନ ଅତ୍ୟାଚାରର ଶିକାର ହେଉଛନ୍ତି । ଏସବୁକୁ ଧ୍ୟାନ ଦେଇ ତୁରନ୍ତ ପିଓକେକୁ ଖାଲି କରିବା ପାଇଁ ଭାରତ ଦାବି କରିଛି ।

Subhalaxmi Das

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

14 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

56 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago