କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍‌ମା ଥେରାପି, ସ୍ୱାସ୍ଥ୍ୟାବସ୍ଥାରେ ହେଉନି କୌଣସି ଉନ୍ନତି

ଭୁବନେଶ୍ୱର (କେନ୍ୟୁଜ) : କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍‌ମା ଥେରାପି । ଏ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛି ଆଇସିଏମ୍‌ଆର । ଏମ୍ସ ଓ ଜାତୀୟ ଟାସ୍କଫୋର୍ସ କମିଟି ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଭିଡ କ୍ଲିନିକାଲ ମ୍ୟାନେଜମେଣ୍ଟ ଗାଇଡ୍‌ଲାଇନର ପ୍ଲାଜ୍‌ମା ଥେରାପିକୁ ହଟାଯାଇଛି । ଏହା ଗୁରୁତର ରୋଗ କିମ୍ବା ମୃତ୍ୟୁକୁ ହ୍ରାସ କରିବାରେ ଲାଭଦାୟକ ନୁହେଁ ବୋଲି ଜଣାପଡିଛି । ଏ ଯାଏ ଦେଶରେ କରୋନା ଉପଚାର ପାଇଁ ପ୍ଲାଜ୍‌ମା ଥେରାପି ବ୍ୟବହାର ହେଉଥିଲା । ଗତବର୍ଷ ପରୀକ୍ଷାମୂଳକ ଭାବେ ୪୦୦ କରୋନା ରୋଗୀଙ୍କ ପ୍ଲାଜ୍‌ମା ଥେରାପି କରାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ କାହାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.