ଜାତିସଂଘରେ ଅଷ୍ଟମ ଥର ପାଇଁ ଅସ୍ଥାୟୀ ସଦସ୍ୟ ପଦ ଗ୍ରହଣ କରିଛି ଭାରତ

ନୂଆଦିଲ୍ଲୀ: ଜାତିସଂଘରେ ଭାରତକୁ ମିଳିଲା ବଡ ପଦବୀ। UNSCରେ ଅସ୍ଥାୟୀ ସଦସ୍ୟ ପଦ ଗ୍ରହଣ କରିଛି ଭାରତ। ତେବେ ଅଷ୍ଟମ ଥର ପାଇଁ ମିଳିତ ଜାତୀୟ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଛି ଭାରତ। ଏନେଇ ଗତକାଲି ହୋଇଥିବା ଭୋଟିଂ ପ୍ରକ୍ରିୟାରେ ଜାତିସଂଘର ୧୯୩ଦେଶ ମଧ୍ୟରୁ ଭାରତକୁ ମିଳିଛି ୧୮୪ ଭୋଟ୍‌। ଅସ୍ଥାୟୀ ସଦସ୍ୟ ହେବାକୁ ମାତ୍ର ୧୨୮ଖଣ୍ଡ ଭୋଟର ଆବଶ୍ୟକ ଥିଲା ଭାରତକୁ ।

ସୂଚନା ଅନୁଯାୟୀ, ଏସିଆ ପାସିଫିକ୍‌ କ୍ୟାଟେଗୋରୀରେ ଭାରତ ୨୦୨୧-୨୨ ବର୍ଷ ପାଇଁ ମନୋନୀତ ହୋଇଛି। ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌ ଥିରୁମୂର୍ତ୍ତି କହିଛନ୍ତି ଯେ ଏହି ପରିଷଦରେ ଭାରତର ଉପସ୍ଥିତି ବସୁଧେବ କୁଟୁମ୍ବକମ୍‌ର ନୈତିକତାକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ସହାୟକ ହେବ। ୧୯୫୦ରେ ପ୍ରଥମ ଥର ପାଇଁ ଭାରତ ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.