ଅଭେଦ୍ୟ ଦୁର୍ଗ ପାଲଟିଲା ଚିକେନ୍ ନେକ୍, ଅନୁପ୍ରବେଶକୁ ରୋକିବା ସହ ଶତ୍ରୁକୁ ମୁହଁତୋଡ ଯବାବ ଦେବାକୁ ପ୍ରସ୍ତୁତ ଭାରତ

ଅଭେଦ୍ୟ ଦୁର୍ଗ ପାଲଟିଲା ଚିକେନ୍ ନେକ୍ ।  ଅନୁପ୍ରବେଶକୁ ରୋକିବା ସହ ଶତ୍ରୁକୁ ମୁହଁତୋଡ ଯବାବ ଦେବାକୁ ପ୍ରସ୍ତୁତ ଭାରତ ।  ନିକଟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ । ଯାହାକୁ ନେଇ ପରୋକ୍ଷରେ କଡା ଚେତାବନୀ ଦେଇଥିଲେ ମୋଦି ।  କହିଥିଲେ, କୌଣସି ପ୍ରକାର ମନ୍ତବ୍ୟ ଯାହା ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି ସେଥିରୁ କ୍ଷାନ୍ତ ରହିବା ଆବଶ୍ୟକ ।

ଭାରତୀୟ ସେନାର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା କ୍ଷେତ୍ର ସିଲିଗୁଡ଼ି କରିଡର । ପଶ୍ଚିମବଙ୍ଗର ଏହି ସଂକୀର୍ଣ୍ଣ ଭୂମି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଭାରତର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରେ । ସାମ୍ପ୍ରତିକ ଭୂରାଜନୈତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଭାରତ ଏହି ଗୁରୁତ୍ୱପୂର୍ଣ୍ଣ କରିଡରକୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛି ।

ଏହି ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ରାଫେଲ ଯୁଦ୍ଧ ବିମାନ, ବ୍ରହ୍ମୋସ କ୍ଷେପଣାସ୍ତ୍ର , S-400, କ୍ଷେପଣାସ୍ତ୍ର ଆଦି ନିୟୋଜିତ କରାଯାଇଛି । ଚିକେନ୍ସ ନେକ୍’ ଏକ ଦୁର୍ବଳତା ନୁହେଁ, ବରଂ ଭାରତର ସବୁଠାରୁ ଶକ୍ତିଶାଳୀ ସାମରିକ କ୍ଷେତ୍ର ବୋଲି କହିଛନ୍ତି ଭାରତୀୟ ସେନା ମୁଖ୍ୟ ।

Also read: ଓଡ଼ିଶାର ଚିନ୍ତା ବଢ଼ାଇଲେଣି ବାଂଲାଦେଶୀ, ଜଳ ପଥ ଦେଇ ଅନୁପ୍ରବେଶକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ସଜାଗ