ଭାରତ ସଂପର୍କରେ ବହୁ ମିଛ ଓ ଗୁଜବ ପ୍ରସାରିତ କରୁଛି ପାକିସ୍ତାନ, ଫଟୋ ଜାରି କରିଛି ବୈଦେଶିକ ମନ୍ତ୍ରାଳୟ

ଫଟୋ ଦେଲା ପାକିସ୍ତାନ ମିଛର ପ୍ରମାଣ । ଭାରତ ସଂପର୍କରେ ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରସାରିତ କରୁଛି । ଏ ସଂପର୍କରେ ଫଟୋ ଜାରି କରିଛି ଭାରତ । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଉଛି ଭାରତ । ସାମରିକ ଠିକଣାକୁ ଟାର୍ଗେଟ୍ କରୁଛି ପାକ ସେନା ।
ପାକିସ୍ତାନ ନାଗରିକ ବିମାନକୁ ଢାଲ କରୁଛି । ପାକିସ୍ତାନର ୪ଟି ଏୟାରବେସକୁ ଧ୍ବଂସ କରାଯାଇଛି । ଭାରତ ସଂପର୍କରେ ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରସାରିତ କରିଛି । ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍ ମିଟ୍ ରେ ଏଭଳି ସୂଚନା ଦିଆଯାଇଛି। ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନ ସେନାର ବହୁତ ବଡ଼ କ୍ଷତି ଘଟିଛି ।
ଭାରତର କ୍ଷତି ହୋଇଥିବା ନେଇ ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ମିଛ ବୋଲି କୁହାଯାଇଛି । ପାକିସ୍ତାନ ଦୂରଗାମୀ ଅସ୍ତ୍ର ବ୍ୟବହାର କରୁଛି । ଶ୍ରୀନଗରରେ ମେଡିକାଲକୁ ଟାର୍ଗେଟ କରାଯାଇଛି । ଭାରତର ଏୟାର ଡିଫେନ୍ସ ସିଷ୍ଟମ S-400 ନଷ୍ଟ କରିବା ନେଇ ମିଛ ଦାବି କରୁଛି ପାକିସ୍ତାନ । ୨୬ରୁ ଅଧିକ ସ୍ଥାନରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ ।
ଯାତ୍ରୀ ବାହୀ ବିମାନକୁ ଢାଲ କରୁଛି ପାକିସ୍ତାନ । ହାଇସ୍ପିଡ ମିସାଇଲରେ ପଞ୍ଜାବର ଏୟାରବେସକୁ ଟାର୍ଗେଟ । ରାତି ୧ଟା ୪୦ ମିନିଟରେ ହାଇସ୍ପିଡ ମିସାଇଲରେ ଆକ୍ରମଣ । ଜମ୍ମୁରେ ମେଡିକାଲ ଓ ସ୍କୁଲକୁ ବି କରାଯାଇଛି ଟାର୍ଗେଟ । ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ପ୍ରତିହତ କରୁଛି ଭାରତ । ଭାରତର କ୍ଷତି ହୋଇଥିବା ସମ୍ପୂର୍ଣ୍ଣ ମିଛ ଖବର ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Also read: ଭାରତ-ପାକ ଉତ୍ତେଜନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ, ମେଡିକାଲ୍ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି…