ଭାରତ ପୁଣି ଆଫଗାନିସ୍ତାନକୁ କଲା ସାହାଯ୍ୟ, ପଠାଇଲା ୫ ଲକ୍ଷ କୋଭାକ୍ସିନ ଟିକା

ନୂଆଦିଲ୍ଲୀ : ସାରା ବିଶ୍ୱରେ ଓମିକ୍ରନ ଓ ଅନ୍ୟ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଏହି ସଂକଟ ସମୟରେ ଭାରତ ପୁଣି ଥରେ ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇଛି । କୋଭିଡ ସଂକ୍ରମଣ ପାଇଁ ଭାରତ ଆଫଗାନିସ୍ତାନକୁ ୫ ଲକ୍ଷ ଡୋଜ୍‌ କରୋନା ଟିକା ପଠାଇଛି । ଏହି ଟିକା ଆଫଗାନସ୍ଥିତ କାବୁଲ ଠାରେ ଥିବା ଇନ୍ଦିରା ଗାନ୍ଧି ହସପିଟାଲକୁ ପଠାଯାଇଛି ।ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଫାଗନିସ୍ତାନକୁ ମାନବୀୟ ସାହାଯ୍ୟ ପ୍ରଦାନ କରିବା ପାଇଁ ଭାରତ ପ୍ରତିବଦ୍ଧ ବୋଲି ଭାରତ କହିଛି । ଆଫଗାନିସ୍ତାନକୁ ଭାରତ ୧୦ ଲକ୍ଷ ଟିକା ଦେବାକୁ କହିଥିବା ବେଳେ ପ୍ରଥମ ଦଫାରେ ୫ ଲକ୍ଷ ଟିକା ପ୍ରଦାନ କରିଛି । ଆଗାମୀ ଦିନରେ ଆଉ ୫ ଲକ୍ଷ ଡୋଜ ଟିକା ଆଫଗାନିସ୍ତାନକୁ ପଠାଇବ ବୋଲି କହିଛି ।

ଏହାସହ ଭାରତ ସରକାର ଆଫଗାନିସ୍ତାନକୁ ଖାଦ୍ୟ ସାମଗ୍ରୀ ଦେବାକୁ ମଧ୍ୟ ପ୍ରକାଶ କରିଛନ୍ତି । ପୂର୍ବରୁ ଭାରତ WHO ମାଧ୍ୟମରେ ଆଫଗାନିସ୍ତାନକୁ ୧.୬ ଟନ ଚିକିତ୍ସା ସାମଗ୍ରୀ ପଠାଇଥିଲା । ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ସେଠାକାର ପରସ୍ଥିତି ବହୁତ ଖରାପ ରହିଛି । ଖାଦ୍ୟ ସାମଗ୍ରୀ ଠାରୁ ବିଭିନ୍ନ ସାମଗ୍ରୀ ର ଅଭାବ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.