ଜନସଂଖ୍ୟାରେ ଚୀନକୁ ଟପିଗଲା ଭାରତ

ନୂଆଦିଲ୍ଲୀ : ଜନସଂଖ୍ୟାରେ ଚୀନକୁ ଟପିଗଲା ଭାରତ। ୱାର୍ଲଡ ପପୁଲେସନ ରିଭ୍ୟୁ ମୁତାବକ, ୨୦୨୨ ଶେଷ ବେଳକୁ ଭାରତର ଜନସଂଖ୍ୟା ୧୪୧ କୋଟି ୭୦ ଲକ୍ଷ। ଏ ସମୟରେ ଚୀନ ଜନ ସଂଖ୍ୟା ୧୪୧ କୋଟି ୨୦ ଲକ୍ଷ। ଅର୍ଥାତ ଚୀନଠାରୁ ଭାରତର ଜନସଂଖ୍ୟା ୫୦ ଲକ୍ଷ ଅଧିକ। ଭାରତର ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକଙ୍କ ବୟସ ୩୦ ବର୍ଷରୁ କମ୍‌। ବିଶ୍ୱର ଦ୍ରୁତ ଉଦୀୟମାନ ଅର୍ଥନୀତି ଭାରତ।

ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ। ୨୦୧୧ରେ ଭାରତର ଜନଗଣନା ହୋଇଥିଲା। କୋଭିଡ୍‌ ମହାମାରୀ ଯୋଗୁ ୨୦୨୧ର ତଥ୍ୟ ପ୍ରକାଶିତ ହୋଇ ପାରି ନାହିଁ। ଭାରତର ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇଛି।

population

କିନ୍ତୁ ଜନସଂଖ୍ୟା ୨୦୫୦ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ୱାର୍ଲଡ ପପୁଲେସନ ରିଭ୍ୟୁ ଅନୁମାନ କରୁଛି।ସେପଟେ ଚୀନରେ ଜନସଂଖ୍ୟା ହ୍ରାସ ପାଇଛି। ୨୦୨୨ ଶେଷ ସୁଦ୍ଧା ଚୀନ୍‌ ଜନସଂଖ୍ୟା ୧୪୧ କୋଟି ୧୭ ଲକ୍ଷ ୫୦ ହଜାର । ୨୦୨୧ ତୁଳନାରେ ୮ ଲକ୍ଷ ୫୦ ହଜାର କମିଛି ଜନସଂଖ୍ୟା।