ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତର ନିମନ୍ତ୍ରଣ

ନୂଆଦିଲ୍ଲୀ : ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି। ଏଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛି ଭାରତ। ଗତ ଏପ୍ରିଲ ମାସରେ ଏନେଇ ଭାରତ ସରକାର ଟ୍ରମ୍ପଙ୍କ ପାଖକୁ ନିମନ୍ତ୍ରଣ ପଠାଇଛନ୍ତି। ତେବେ ନୂଆଦିଲ୍ଲୀର ଆମନ୍ତ୍ରଣକୁ ହ୍ଵାଇଟ୍ ହାଉସ୍ ସ୍ୱୀକାର କରିଛି କି ନାହିଁ ସେନେଇ କିଛି ସୂଚନା ମିଳି ନାହିଁ।

ତେବେ କୁହାଯାଉଛି, ଟ୍ରମ୍ପ ପ୍ରଶାସନ ଏହି ନିମନ୍ତ୍ରଣକୁ ସକରାତ୍ମକ ଶୈଳୀରେ ବିଚାର କରୁଛନ୍ତି। ଭାରତର ନିମନ୍ତ୍ରଣ ରକ୍ଷା କରି ଟ୍ରମ୍ପ ଆସିଲେ, ଏହା ମୋଦି ସରକାରଙ୍କ ଏକ ବଡ଼ କୁଟନୈତିକ ବିଜୟ ବୋଲି ଧରାଯିବ । ପୂର୍ବରୁ ୨୦୧୫ରେ ବାରାକ ଓବାମା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏବେ ଟ୍ରମ୍ପଙ୍କୁ ନେଇ ଅଧିକ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.