ଜାତିସଂଘରେ ନିଜର ଆଭିମୁଖ୍ୟ ଦୋହରାଇଲା ଭାରତ, ଶାନ୍ତି ପାର୍ଶ୍ୱରେ ଭାରତ ବୋଲି ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଶାନ୍ତି ପାର୍ଶ୍ୱରେ ଭାରତ । ରୁଷ୍ – ୟୁକ୍ରେନ୍ ଯୁଦ୍ଧକୁ ନେଇ ଜାତିସଂଘରେ ନିଜର ଆଭିମୁଖ୍ୟ ଦୋହରାଇଛି ଭାରତ । ୭୭ତମ ଜାତିସଂଘ ସାଧାରଣ ଅଧିବେଶନରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି କୂଟନୀତି ଜରିଆରେ ଯୁଦ୍ଧ ପରିସମାପ୍ତି ହେବାର ଆବଶ୍ୟକତା ରହିଛି । ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ କେଉଁ ପାର୍ଶ୍ୱରେ ବୋଲି ଅନେକ ଥର ପ୍ରଶ୍ନ ଉଠିଛି ।

ପ୍ରତି ଥର ଭାରତ ନମ୍ର ଭାବରେ ଗୋଟିଏ କଥା କହିଛି । ଶାନ୍ତି ପାର୍ଶ୍ୱରେ ଭାରତ । ଆଉ ସେହି ପାର୍ଶ୍ୱରେ ହିଁ ରହିବ । ଯେଉଁ ପାର୍ଶ୍ୱରେ ଜାତିସଂଘର ଆଦର୍ଶ ରହିଛି ସେହି ପାର୍ଶ୍ୱରେ ଭାରତ । ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି ଜୟଶଙ୍କର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.