କିର୍ଗିଜସ୍ଥାନରେ ଥିବା ଭାରତୀୟ ଛାତ୍ରଙ୍କୁ ଘରୁ ନବାହାରିବାକୁ ପରାମର୍ଶ, ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର

କିର୍ଗିଜସ୍ଥାନର ରାଜଧାନୀ ବିସକେକ୍ ରେ ମେଡିକାଲ ୟୁନିଭର୍ସିଟିର କିଛି ହଷ୍ଟେଲ ଉପରେ ଆକ୍ରମଣ ହେବା ପରେ ଭାରତୀୟ ଦୂତାବାସ ଛାତ୍ରଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ X ରେ ପୋଷ୍ଟ କରିଛି କି, ଆମେ ଛାତ୍ରଙ୍କ ସହିତ ଲଗାତାର ସଂପର୍କରେ ରହିଛି । ସ୍ଥିତି ଏବେ ଶାନ୍ତ ରହିଛି । କିନ୍ତୁ ଛାତ୍ରଙ୍କୁ ପରାମର୍ଶ କି, ସେମାନେ ଘରୁ ବିଲକୁଲ ବାହାରନ୍ତୁ ନାହିଁ । ଯଦି କୌଣସି ସମସ୍ୟା ରହିଛି, ତେବେ ଦୂତାବାସ ସହିତ ସଂପର୍କ କରନ୍ତୁ । ଆମର ୨୪ ଘଣ୍ଟିଆ ହେଲପ ନମ୍ବର ୦୫୫୫୭୧୦୦୪୧ ଖୋଲା ରହିଛି ।

କିର୍ଗିଜସ୍ଥାନରେ ଛାତ୍ର ହିଂସା । ଭାରତୀୟ ଛାତ୍ରଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।  କିର୍ଗିଜସ୍ଥାନରେ ଥିବା ଭାରତୀୟ ଦୂତାବାସ ପରାମର୍ଶ ଦେଇଛି। ରାଜଧାନୀ ବିସକେକ୍ ରେ ମେଡିକାଲ ୟୁନିଭର୍ସିଟିର କିଛି ହଷ୍ଟେଲ ଉପରେ ଆକ୍ରମଣ ହେବା ପରେ ଭାରତୀୟ ଛାତ୍ରଙ୍କୁ ପରାମର୍ଶ ଦେଇଛି ଦୂତାବାସ । ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି । ସେଥିପାଇଁ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ ନମ୍ବର ଜାରି କରାଯାଇଛି ।

ତେବେ ଭାରତୀୟ ଦୂତାବାସ ଛାତ୍ରଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ X ରେ ପୋଷ୍ଟ କରିଛି କି, ଆମେ ଛାତ୍ରଙ୍କ ସହିତ ଲଗାତାର ସଂପର୍କରେ ରହିଛି । ସ୍ଥିତି ଏବେ ଶାନ୍ତ ରହିଛି । କିନ୍ତୁ ଛାତ୍ରଙ୍କୁ ପରାମର୍ଶ କି, ସେମାନେ ଘରୁ ବିଲକୁଲ ବାହାରନ୍ତୁ ନାହିଁ । ଯଦି କୌଣସି ସମସ୍ୟା ରହିଛି, ତେବେ ଦୂତାବାସ ସହିତ ସଂପର୍କ କରନ୍ତୁ । ଆମର ୨୪ ଘଣ୍ଟିଆ ହେଲପ ନମ୍ବର ୦୫୫୫୭୧୦୦୪୧ ଖୋଲା ରହିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଚନ୍ତି, ବିସକେକରେ ଭାରତୀୟ ଛାତ୍ରଙ୍କ ସ୍ଥିତି ଉପରେ ନଜର ରଖାଯାଇଛି । ତେବେ ଏବେ ସ୍ଥିତି ଶାନ୍ତ ରହିଛି । ଛାତ୍ରଙ୍କୁ ନିୟମିତ ଭାବେ ଦୂତାବାସ ସହିତ ସଂପର୍କରେ ରହିବା ପାଇଁ କୁହାଯାଇଛି ।

ପାକିସ୍ତାନୀ ଛାତ୍ରଙ୍କୁ ମଧ୍ୟ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାକିସ୍ତାନ । ଏହି ଘଟଣାରେ ୩ଜଣ ପାକିସ୍ତାନୀ ଛାତ୍ରଙ୍କ ମୃତ୍ୟୁ ହୋଉଛି । ତେବେ ପାକିସ୍ତାନୀ ଛାତ୍ରଙ୍କ କହିବା ମୁତାବକ, ତାଙ୍କ ଦେଶର ଦୂତାବାସରୁ କୌଣସି ସହାୟତା ମିଳିନଥିଲା ।

ଭାରତ, ପାକିସ୍ତାନ ଓ ବାଂଲାଦେଶ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି । ପାକିସ୍ତାନର କିଛି ଛାତ୍ର ଆହତ ହୋଇଥିବା ସୂଚନା ରହିଛି । ଏହାହୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏକ୍ସରେ ପୋଷ୍ଟ କରିଛନ୍ତି । ପାକିସ୍ତାନର ପ୍ରାୟ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଲଗା ଅଲଗା କୋର୍ସ କରୁଛନ୍ତି ।

ସୂଚନାଯୋଗ୍ୟ, ମେ ୧୩ ତାରିଖରେ ଇଜିପ୍ଟ ଓ କିର୍ଗିଜସ୍ଥାନରେ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହା ପରେ ହିଂସା ବ୍ୟାପିଥିଲା । ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିଲା । ହଷ୍ଟେଲରେ ରହୁଥିବା ଛାତ୍ରଙ୍କୁ ଆକ୍ରମଣ କରାଯାଇଥିଲା । କିର୍ଗିଜସ୍ଥାନରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ପ୍ରାୟ ୧୫,୦୦୦ ରହିଛି । କିନ୍ତୁ ସେମାନଙ୍କ ଭିତରୁ କେତେ ଜଣ ବିସକେକରେ ରହିଛନ୍ତି, ତାହା ଜଣାପଡିନାହିଁ ।

Leave A Reply

Your email address will not be published.