ପାକିସ୍ତାନ ଛାତିରେ ଭାରତର ବଡ଼ ଏୟାରଷ୍ଟ୍ରାଇକ୍ , ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କଲା ‘ବ୍ରହ୍ମୋସ’

ପାକିସ୍ତାନ ଆତଙ୍କୀ ଆଡ୍ଡା ଧ୍ବଂସ କଲା ‘ବ୍ରହ୍ମୋସ’ । ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କଲା ଭାରତ । ପାକିସ୍ତାନର ୪ ଓ ପିଓକେର ୫ଟି ସ୍ଥାନରେ ଭୀଷଣ ଆକ୍ରମଣ ହୋଇଛି । ମୁଜାଫାରବାଦ, ବହାୱାଲପୁର, କୋଟ୍ଲିରେ ଏୟାରଷ୍ଟ୍ରାଇକ ହୋଇଛି । ଚକ୍ ଆମ୍ରୁ, ଗୁଲପୁର ଭୀମବେର ଓ ମୁରିଦ୍ କେରେ ବୋମାବର୍ଷଣ । ସିଆଲକୋଟ ନିକଟସ୍ଥ ଆତଙ୍କୀ ଆଡ୍ଡାରେ ମଧ୍ୟ ବୋମାବର୍ଷଣ ହୋଇଛି । ୯ ଆଡ୍ଡାରେ ଆଟାକରେ ୯୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବହୁ ଆହତ ହୋଇଛନ୍ତି । ରାତି ପ୍ରାୟ ଗୋଟାଏ ୪୪ରେ ଆତଙ୍କବାଦୀ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ ।
ସେପଟେ ବାୟୁସେନା ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ, ଭାରତର ସମସ୍ତ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ଅଛି । ତେବେ ଭାରତର ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି । ଏପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ସମ୍ପର୍କରେ କୌଣସି ପରାମର୍ଶ ଜାରି କରାଯାଇ ନାହିଁ । ତେବେ ଜମ୍ମୁ-କାଶ୍ମୀରରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ସେହିପରି ଭାରତର କିଛି ସ୍ଥାନରେ ବିମାନ ଉଡ଼ାଣ ନେଇ ପରାମର୍ଶ ଜାରି କରାଯାଇଛି । କିଛି ଅଞ୍ଚଳରେ ବିମାନ ଯାତ୍ରାକୁ ରଦ୍ଦ କରାଯାଇଛି । ଏୟାର ଇଣ୍ଡିଆ ୭ ମଇ ଦିନ ୧୨ଟା ପର୍ଯ୍ୟନ୍ତ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଦେଇଛି । ଏପରି ପରିସ୍ଥିତିରେ, ଯଦି ଆପଣ ଏହି ରୁଟରେ ଯାତ୍ରା କରୁଛନ୍ତି, ତେବେ ପ୍ରଥମେ ଏୟାରଲାଇନ୍ସର ଅପଡେଟ୍ ଯାଞ୍ଚ କରନ୍ତୁ ।
ଆହୁରି ପଢ଼ନ୍ତୁ : ପହଲଗାମ୍ ପ୍ରତିଶୋଧ ପରେ ନୂଆ ସକାଳ ଦେଖିଲା ଭାରତ, ରାତି ସାରା ‘ଅପରେସନ ସିନ୍ଦୂର’କୁ ନିରୀକ୍ଷଣ କରିଥିଲେ…