ସୁଦାନରୁ ଫେରୁଛନ୍ତି ଭାରତୀୟ, ୨୭୮ ଭାରତୀୟଙ୍କୁ ନେଇ ଫେରୁଛି ଆଇଏନଏସ ସୁମେଧା
ସୁଦାନରୁ ଫେରୁଛନ୍ତି ଭାରତୀୟ। ଅପରେସନ କାବେରୀରେ ପ୍ରଥମ ବ୍ୟାଚରେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ୨୭୮ ଭାରତୀୟଙ୍କୁ ନେଇ ଆଇଏନଏସ ସୁମେଧା ସୁଦାନର ସୁମେଧା ବନ୍ଦର ଛାଡ଼ିଛି । ଉଦ୍ଧାର ହୋଇଥିବା ପ୍ରଥମ ଟିମକୁ ସାଉଦି ଆରବର ଜେଦାହ ଅଣାଯାଉଛି ।

ନୂଆଦିଲ୍ଲୀ : ସୁଦାନରୁ ଫେରୁଛନ୍ତି ଭାରତୀୟ। ଅପରେସନ କାବେରୀରେ ପ୍ରଥମ ବ୍ୟାଚରେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ୨୭୮ ଭାରତୀୟଙ୍କୁ ନେଇ ଆଇଏନଏସ ସୁମେଧା ସୁଦାନର ସୁମେଧା ବନ୍ଦର ଛାଡ଼ିଛି । ଉଦ୍ଧାର ହୋଇଥିବା ପ୍ରଥମ ଟିମକୁ ସାଉଦି ଆରବର ଜେଦାହ ଅଣାଯାଉଛି ।
ସାଉଦିରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯିବ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜାହାଜରେ ଫେରୁଥିବା ଭାରତୀୟଙ୍କ ହାତରେ ରହଛି ତ୍ରିରଙ୍ଗା । ୨୭୮ ଜଣ ଭାରତୀୟଙ୍କ ମଧ୍ୟରେ କିଛି ଶିଶୁ ଅଛନ୍ତି। ସୁଦାନରେ ପ୍ରାୟ ୩ହଜାର ଭାରତୀୟ ରହିଛନ୍ତି।
ସୁରକ୍ଷିତ ଭାବେ ଯୁଦ୍ଧ ଭୂମିରୁ ଫେରୁଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧର ଅପରେସନ କାବେରୀର ପୂରା ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି ।
ସୂଚନାଯୋଗ୍ୟ, ହିଂସା ଗ୍ରସ୍ତ ସୁଦାନରେ ୭୨ ଘଣ୍ଟିଆ ଅସ୍ତ୍ର ବିରତୀ ଘୋଷଣା କରିଛନ୍ତି ଆର୍ମୀ – ଆରଏସଏଫ । ଆମେରିକା ଓ ସାଉଦୀ ଆରବ ପକ୍ଷରୁ ମଧ୍ୟସ୍ଥତା ପରେ ଅସ୍ତ୍ର ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକେନ ସୂଚନା ଦେଇଛନ୍ତି ।