ପୁଣି ମୁମ୍ବାଇକୁ ମିଳିଲା ଅଲକାୟଦାର ଧମକ !

ମୁମ୍ବାଇ : ମହାରାଷ୍ଟ୍ରର ଜୀବନ ଭାବରେ ଜଣାଯାଉଥିବା ମୁମ୍ବାଇ ସର୍ବଦା ଆତଙ୍କବାଦୀଙ୍କ ନଜରରେ ରହି ଆସିଛି । ଶୁକ୍ରବାର ସକାଳେ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ମୁମ୍ବାଇରେ ସାଧାରଣ ଭାବେ ବ୍ଯବହାର ହେଉଥିବା ଲୋକାଲ ଟ୍ରେନରେ ବିସ୍ପୋରଣ ପାଇଁ ଧମକ ଆସିଛି । ଏବେ ଖବରଟି ଜନ ସାଧାରଣଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏହି ଖବର ପାଇବା କ୍ଷଣି ପୋଲିସ ଓ ସୁରକ୍ଷା ବିଭାଗ ସତର୍କ ହୋଇଯାଇଛନ୍ତି । ଆତଙ୍କୀ ସଙ୍ଗଠନମାନେ ଏହି ଖବରକୁ ମେଲ ଜରିଆରେ ପଠାଇଥିବା ସୂଚନା ମିଳିଛି।

The Indian Express

ମିଳିଥିବା ସୂଚନା ଅନୁସାରେ ଏକ କୁଖ୍ଯାତ ଆତଙ୍କୀ ସଙ୍ଗଠନ ମୁମ୍ବାଇ ଲୋକାଲ ଟ୍ରେନକୁ ବିସ୍ପୋରଣ କରିବା ପାଇଁ ଏକ ଇ-ମେଲ ଜରିଆରେ ଧମକ ଦେଇଛନ୍ତି । ଏହି ମେଲକୁ ଅଲକାୟଦା ନାମକ ଆତଙ୍କୀ ସଙ୍ଗଠନ, ପଶ୍ଚିମ ରେଳ ବିଭାଗର ବରିଷ୍ଠ ବିଭାଗକୁ ପଠାଇଥିଲେ । ଏହା ପରଠାରୁ ସୁରକ୍ଷା ବିଭାଗରେ ସର୍ତକତା ଜାରି କରାଯାଇଛି । ଏହାପରେ ପଶ୍ଚିମ ରେଳ ମାର୍ଗକୁ ଆହୁରି କଡା ସୁରକ୍ଷାରେ ରଖିବା ପାଇଁ ଚେଷ୍ଟା କରାଯାଉଛି । ମୁମ୍ବାଇ ପୋଲିସ ,ରେଳବାଇ ପୋଲିସଙ୍କୁ ମଧ୍ୟ ସତର୍କ ରହିବାକୁ ଆଦେଶ ଦେଇଛନ୍ତି । ଏହି ମାମଲାର ଅଧିକ ସୂଚନା ବର୍ତ୍ତମାନ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.