ଦେଶ ବିଦେଶ

ଡେଲ୍ଟା ଭାରିଆଣ୍ଟକୁ ବି ପଛରେ ପକାଇଦେବ ଓମିକ୍ରନ୍ ! ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍, ମହାରାଷ୍ଟ୍ରରେ ସର୍ବାଧିକ ୪୦ କେସ୍

ନୂଆଦିଲ୍ଲୀ: ବିଶ୍ୱ ବ୍ୟାପୀ ଦ୍ରୁତ ବେଗରେ ମାଡ଼ିଚାଲିଛି ଓମିକ୍ରନ। ଭାରତରେ ବି କାୟାବିସ୍ତାର କରୁଛି ଭୁତାଣୁ। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ୧୧ ରାଜ୍ୟକୁ କବଳିତ କଲାଣି କରୋନାର ନୂଆ ଭାରିଆଣ୍ଟ। ମହାରାଷ୍ଟ୍ରରେ ସର୍ବାଧିକ ୪୦ ଓମିକ୍ରନ କେସ୍‌ ଓ ଦିଲ୍ଲୀରେ ୨୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଯେଉଁ ଭଳି ଭାବେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଛି, ତାହା ଡେଲଟା ଭାରିଆଣ୍ଟ ସଂକ୍ରମଣକୁ ମଧ୍ୟ ପଛରେ ପକାଇ ଦେବ ବୋଲି ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଦକ୍ଷିଣ ଆଫ୍ରିକା, ବ୍ରିଟେନ ଆଦି ଦେଶର ସ୍ଥିତି ଅନୁଧ୍ୟାନ ପରେ ଏହା କୁହାଯାଇଛି। ଦେଶରେ ତୁଳନାତ୍ମକ ଭାବେ ସ୍ଥିତି ନିୟନ୍ତ୍ରିତ ରହିଛି। ବର୍ତ୍ତମାନ ସମୟରେ ଅନାବଶ୍ୟକ ଯାତ୍ରା, ଗହଳିରେ ଏକାଠି ହେବାରୁ ବିରତ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ଆତଙ୍କ ସୃଷ୍ଟି କରିଛି ଓମିକ୍ରନ ଭାରିଏଣ୍ଟ :

ଓମିକ୍ରନ ଭାରିଏଣ୍ଟ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡ଼ବ୍ଲ୍ୟୁଏଚଓ) ଅନୁଯାୟୀ, ଏହି ଭାରିଏଣ୍ଟ ବର୍ତ୍ତମାନ ଯାଏ ବିଶ୍ୱର ୭୭ ଟି ଦେଶକୁ ସଂକ୍ରମିତ କରିଛି । କରୋନାର ଅନ୍ୟ ଷ୍ଟ୍ରେନ ତୁଳନାରେ ଓମିକ୍ରନ ଦ୍ରୁତ ଗତିରେ ମାଡ଼ୁଥିବା କୁହାଯାଉଛି । ବ୍ରିଟେନରେ ଗୁରୁବାର କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ୮୮,୩୭୬ ମାମଲା ଆସିଛି ।

ସେହିପରି ଆମେରିକାର ୩୬ ଟି ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢ଼ି ଚାଲିଥିବା ଜଣାଯାଇଛି । ଭାରତରେ ସବୁଦିନ ଓମିକ୍ରନ ସଂକ୍ରମଣ ମାମଲା ବଢ଼ିଚାଲିଛି । ଅନ୍ଯପଟେ ସାଉଥ ଏଫ୍ରିକା DSI-NRF ସେଣ୍ଟର ଡାଇରେକ୍ଟର ଜୁଲିଏତ ପୁଲିୟମ ଚେତାବନୀ ଦେଇଛି ଯେ ଏହି ମହାମାରୀ ଭାରତରେ ଦ୍ରୁତ ଗତିରେ ସଂକ୍ରମିତ ହେବ । ତେଣୁ ଭାରତର ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ପୂର୍ବ ପ୍ରସ୍ତୁତି କରିବା ସହ ଅଧିକ ସତକ ରହିବା ଆବଶ୍ୟକ । ପୁଲିୟମ ଆହୁରି କହିଛନ୍ତି ଯେ ପୂର୍ବରୁ ସଂକ୍ରମିତ ହୋଇଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରୁଛି । ତେବେ ଓମିକ୍ରନ ଭାରିଏଣ୍ଟ ସମ୍ପର୍କରେ ବହୁତ କିଛି କୁହାଯାଇ ପାରିବ ନାହିଁ । ଏହା ଉପରେ ଅଧିକ ଗବେଷଣା ଚାଲିଛି ବୋଲି ପୁଲିୟମ କହିଛନ୍ତି ।

Sonalisa

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

5 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

6 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

24 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

49 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

53 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

56 mins ago