ଦେଶ ବିଦେଶ

ଫୋନରେ ସମୟ ବରବାଦ କରିବାରେ ଚୀନ ଓ ଆମେରିକା ଠାରୁ ଆଗରେ ଭାରତୀୟ : ରିପୋର୍ଟ

ନୂଆଦିଲ୍ଲୀ :  କୁହାଯାଏ ସମୟ ବରବାଦ କରିବାରେ ଭାରତୀୟମାନେ ସବୁଠୁ ଆଗରେ । ଗାଁ ହେଉ ବା ସହର ଯେଉଁଠି ଦେଖିବେ କାମ ଅପେକ୍ଷା ସମୟ ବନୋଦନରେ ଲୋକେ ବ୍ୟସ୍ତ ଥିବେ । ତାହା ତାସ ବା ପାଲି ଖେଳ ହେଉ ବା ମୋବାଇଲରେ ଗେମ । ଏମିତି ଏକ ରିପୋର୍ଟ ଏବେ ଆସିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରିପୋର୍ଟରେ କୁହାଯାଇଛି ଯେ ସମୟ ବର୍ବାଦ କରିବାରେ ଭାରତୀୟଙ୍କୁ କେହି ବଳି ଯାଇପାରିବେ ନାହିଁ ।

ଦୁନିଆରେ ସବୁଠୁ ଶସ୍ତା ଇଣ୍ଟରନେଟ ଡାଟା ଭାରତରେ ମିଳିଥାଏ । ଗତ ୬ ବର୍ଷରେ ଭାରତରେ ଇଣ୍ଟରନେଟ ଡାଟାର ମୂଲ୍ୟ ପ୍ରାୟ ୯୬ ପ୍ରତିଶତ ହ୍ରାସ ପାଇଛି । ଏମିତିରେ ବର୍ତ୍ତମାନ ଭାରତରେ ୧ ଜିବି ଡାଟାର ମୂଲ୍ୟ ଗୋଟିଏ କେଜି ଅଟା ଦାମ ଠାରୁ କମ୍‌ । ଏହି କାରଣରୁ ଭାରତରେ ବହୁମାତ୍ରାରେ ଇଣ୍ଟରନେଟ ଓ ମୋବାଇଲ ବ୍ୟବହାର କରାଯାଉଛି ।

ମୋବାଇଲରେ ସବୁଠୁ ଅଧିକ ସମୟ ବର୍ବାଦ କରନ୍ତି ଭାରତୀୟ :

ମୋବାଇଲ ଡାଟା ଏନାଲିଟିକସ ପ୍ଲାଟଫର୍ମ App Annie ର Mobile Market Spotlight Report 2021 ଅନୁସାରେ ଶସ୍ତା ଇଣ୍ଟରନେଟ ଡାଟା ଓ କଲିଂ ଅନୁସାରେ ଅଧିକରୁ ଅଧିକ ଭାରତୀୟ ମୋବାଇଲ ଇଣ୍ଟରନେଟରେ କନେକ୍ଟ ରହୁଥିବା ଜଣାଯାଇଛି । ମୋବାଇଲରେ ଅଯଥାରେ ନିଜର ସମୟ ବରବାଦ କରନ୍ତି । ଏହି ମାମଲାରେ ଭାରତୀୟ ଚୀନ ଓ ଆମେରିକା ଦେଶ ଠାରୁ ବହୁତ ଆଗରେ ଅଛନ୍ତି ।

ରିପୋର୍ଟ ଅନୁଯାୟୀ, ୨୦୨୧ ରେ ୩ ମାସର ରିପୋର୍ଟ କୁହେ ଭାରତୀୟମାନେ ଦିନରେ ପ୍ରାୟ ୪.୬ ଘଣ୍ଟା ନିଜର ଆଣ୍ଡ୍ରଏଡ ଫୋନ ସହ ଲାଗିକରି ରହିଥାନ୍ତି । ରିପୋର୍ଟ ଅନୁଯାୟୀ ୨୦୧୯ ମସିହା ପର୍ଯ୍ୟନ୍ତ ଜଣେ ଭାରତୀୟ ମୋବାଇଲରେ ଦିନକୁ ୩.୩ ଘଣ୍ଟା ସମୟ ବରବାଦ କରୁଥିଲେ । ଯାହାକି ଗତ ବର୍ଷ ତୁଳନାରେ ୪୪ ପ୍ରତିଶତ ବୃଦ୍ଧି ପାଇଛି ।

ଭାରତୀୟମାନେ ସବୁଠୁ ଅଧିକ ୟୁଟୁବ, ହ୍ଵାଟ୍ସଆପ୍‌, ମେସେଞ୍ଜର ଓ ଫେସବୁକ୍‌ ବ୍ୟବହାର କରିଥାନ୍ତି । ଭାରତୀୟମାନେ ୨୦୨୦ରେ ୬୫,୧୦୦ କୋଟି ଘଣ୍ଟା ମୋବାଇଲ ଆପ୍ସ ଓ ଗେମ ରେ ବରବାଦ କରିଥିଲେ । Ericsson Mobility Report ର ସର୍ବଶେଷ ରିପୋର୍ଟ ଅନୁସାରେ ୨୦୧୯ ରେ ମାସିକ ଡାଟା ଖର୍ଚ୍ଚ ୧୩ ଜିବି ରହିଥିଲା । ୨୦୨୦ ରେ ଏହା ବୃଦ୍ଧି ପାଇ ମାସିକ ୧୪.୬ ଜିବି ହୋଇଥିବା ଜଣାଯାଇଛି ।

୨୦୨୧ ର ପ୍ରଥମ ୬ ମାସରେ ଗେମିଂ ଡାଉନଲୋଡିଂ :

୨୦୨୧ ପ୍ରଥମ ୬ ମାସରେ ସର୍ବାଧିକ ଗେମ ଡାଉନଲୋଡଂ ଭାରତରେ ହୋଇଛି । ଭାରତରେ ସବୁଠୁ ଅଧିକ ୪୮୦ କୋଟି ଗେମିଂ ଆପ୍ସ ଡାଉନଲୋଡ ହୋଇଥିବା ଜଣାଯାଇଛି । ସେହିପରି ଅନ୍ୟ ଦେଶରେ ଡାଉନଲୋଡ ହୋଇଥିବା ଡାଟା ଏହିପରି ।

ଭାରତ – ୪.୮ ବିଲିୟନ

.  ଆମେରିକା – ୨.୩ ବିଲିୟନ

.  ବ୍ରାଜିଲ – ୨.୧ ବିଲିୟନ

.  ଇଣ୍ଡୋନେସିଆ – ୧.୭ ବିଲିୟନ

.   ଋଷ – ୧.୩ ବିଲିୟନ

୨୦୨୧ ରେ ଭାରତରେ ଟପ ଡାଉନଲୋଡିଂ ଆପ୍ସ :

Ludo King

 FAU-G-Fearless and United Guards

 Carrom Pool

 Join Clash 3D

 Bubble Shooter by llyon

ଏହିସବୁ କାରଣ ପାଇଁ ଭାରତରେ ମୋବାଇଲ ଡାଟା ଡିମାଣ୍ଡ ବୃଦ୍ଧି ପାଇବ । ଭାରତରେ ଆଜି ବି ବହୁ ସଂଖ୍ୟାରେ ଲୋକେ ୨ଜି ସର୍ଭିସ ର ବ୍ୟବହାର କରୁଛନ୍ତି । ଆସନ୍ତା ବର୍ଷ ଭାରତରେ ୫ ଜି ସର୍ଭିସ ବ୍ୟବହାର କରାଯିବାର ସମ୍ଭାବନା ଦେଖାଯାଇଛି । ଏପରି ହେଳେ ଡାଟା ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

Niharanjan

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

4 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

11 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

19 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

19 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

37 mins ago