ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ପ୍ରକାଶ ପାଇଲା ରିପୋର୍ଟ, ଜାଣନ୍ତୁ କ’ଣ ହେବ ଆଣବିକ ଯୁଦ୍ଧର ଭୟାବହତା

କେନ୍ୟୁଜ୍: ୨୦୨୫ ବେଳକୁ ଭାରତ ଓ ପାକିସ୍ତାନ ପାଖରେ ଆଣବିକ ଶକ୍ତି ବହୁ ଗୁଣାରେ ବୃଦ୍ଧି ପାଇବ। ଜମ୍ମୁ କଶ୍ମୀର ଓ ଆତଙ୍କବାଦ ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ଯେଭଳି ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି, ଆଗାମୀ ଦିନରେ ତାହା ଭୟାବହ ରୂପ ଧାରଣ କରିବ । ଏହା ଉଗ୍ରରୂପ ଧାରଣ କରି ଦୁଇଦେଶ ମଧ୍ୟରେ ଆଣବିକ ଯୁଦ୍ଧ କରାଇବ ଓ ଏଥିରେ ୫କୋଟିରୁ ଅଧିକ ଲୋକଙ୍କ ପ୍ରାଣହାନି ହେବ। ଏହା ଆଗାମୀ ପୀଢିକୁ ଏକ ହିମ ଯୁଗକୁ ନେଇଯାଇପାରେ। ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆମେରିକାର ସାଇନ୍‌ସ ଆଡଭାନ୍‌ସେସ ନାମକ ଏକ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ରିପୋର୍ଟ ଅନୁସାରେ ଉଭୟ ଦେଶ ନିକଟରେ ୧୫୦ ଓ ୨୦୦ରୁ ଅଧିକ ଆଣବିକ ଅସ୍ତ୍ର ରହିଥିବା ବେଳେ ୨୦୨୫ ବେଳକୁ ଏହା ୪ଶହରୁ ୫ଶହକୁ ବୃଦ୍ଧି ପାଇବ। ଏହାର ବ୍ୟବହାର ହେଲେ ୧୬ରୁ ୩୦ ମିଲିୟନ ଟନର ବିଷାକ୍ତ ଧୁଆଁ ସୃଷ୍ଟି କରିବ ଯାହା ସୋଲାର ରେଡିଏସନକୁ ପ୍ରଭାବିତ କରି କ୍ଷତି ସୃଷ୍ଟି କରିବ। ଏହାର ପ୍ରଭାବରେ ପର୍ଯ୍ୟାବରଣ ନଷ୍ଟ ହେବା ସହ ସୂର୍ଯ୍ୟକିରଣରେ ବାଧା, ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ, ଖାଦ୍ୟପଦାର୍ଥର ଅଭାବ ଏପରିକି ମହାମାରୀ ବ୍ୟାପୀବାର ମଧ୍ୟ ଆଶଙ୍କା ଦେଖାଦେଇଛି। ଦୁଇଦେଶ ମଧ୍ୟରେ ଆପୋଷ ବୁଝାମଣାରେ ଶାନ୍ତି ସ୍ଥାପନ ନହେଲେ, ଦକ୍ଷିଣ ଏସିଆରେ ବିପର୍ଯ୍ୟୟ ଘଟିବା ସହ ଏହା କଳା ଅଧ୍ୟାଯ ଭାବେ ପରିଗଣିତ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହାର ପ୍ରଭାବ କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମିତ ନରହି ଇସ୍ରାଏଲ, ଚୀନ, ଫ୍ରାନ୍‌ସ, ରୁଷ, ଫିଲିଫାଇନ୍‌ସ ସମେତ ମଧ୍ୟ ଏସିଆର ଅନେକ ଦେଶ ଏଥିରେ ପ୍ରଭାବିତ ହେବ। ରିପୋର୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ତିକ୍ତତାକୁ ବିଶ୍ୱର ସବୁଠାରୁ ଗମ୍ଭୀର ମାମଲା ଭାବେ ଦର୍ଶାଯାଇଛି।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

2 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

8 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

38 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

45 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago