ଅପରେସନ ସିନ୍ଦୂର ପରେ ଶୀର୍ଷରେ ଭରତ- ପାକ୍ ଉତ୍ତେଜନା, ଯେକୌଣସି ସମୟରେ ହୋଇପାରେ ବଡ଼ ଯୁଦ୍ଧ

ଅପରେସନ ସିନ୍ଦୂର ପରେ ଶୀର୍ଷରେ ଭରତ-ପାକିସ୍ତାନ ଉତ୍ତେଜନା । ଯେକୌଣସି ସମୟରେ ହୋଇପାରେ ବଡ଼ ଯୁଦ୍ଧ। ଏଭଳି ଆଶଙ୍କାକୁ ଟାଳି ଦେଇ ହେବ ନାହିଁ । ପାକିସ୍ତାନ ମାଟିରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ଇସଲାମାବାଦ । କୌଣସି ସମୟରେ କିଛି ବି କରିପାରେ । ଭିତରେ ଭିତରେ କୁହୁଳୁଛି ପାକସ୍ତାନ । ଏଲଓସିରେ ସିଜ ଫାୟାର ଉଲଂଘନ ଜାରି ରଖିଛି। ତୁହାକୁ ତୁହା ଗୁଳିମାଡ଼ କରୁଛନ୍ତି ପାକ ସୈନ୍ୟ । ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ।
ପାକିସ୍ତାନର ଗୁଳିମାଡ଼ରେ ଜମ୍ମୁ କାଶ୍ମୀର ଏଲଓସିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସେ ହେଉଛନ୍ତି ଲାନ୍ସ ନାଏକ ଦୀନେଶ କୁମାର । 5 Field ରେଜିମେଣ୍ଟର ଯବାନ । ଭାରତୀୟ ଆର୍ମୀ ଏହା ସ୍ପଷ୍ଟ କରିଛି । ଅପରେସନ ସିନ୍ଦୁର ପରେ ଜମ୍ମୁ କାଶ୍ମୀର ପୁଞ୍ଛ ସେକ୍ଟରରେ ପ୍ରବଳ ଗୁଳି ଓ ମୋର୍ଟାର ମାଡ଼ କରୁଛି ପାକିସ୍ତାନ ସେନା। ନୀରିହ ଲୋକଙ୍କ ଉପରେ ଗୁଳି ବର୍ଷା ହେଉଛି। ଗତକାଲି ୧୫ ଜଣ ସାଧାରଣ ନାଗରିକ ନିହତ ହୋଇଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଥିଲେ। LOC ନିକଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । .
ଆହୁରି ପଢ଼ନ୍ତୁ : ପଞ୍ଜାବ : ସ୍କୁଲ ଭ୍ୟାନ୍ ଏବଂ ଡମ୍ପର ମୁହାଁମୁହିଁ ଧକ୍କା, ୬ ପିଲା ସମେତ ଭ୍ୟାନ ଡ୍ରାଇଭର ମୃତ