୨୦୦ କୋଟିରୁ ଅଧିକ କରୋନା ଟିକା ଦେଇ ବିଶ୍ୱ ରେକର୍ଡ କଲା ଭାରତ, ଶୁଭେଚ୍ଛା ଜଣାଇଲେ ମୋଦି

କରୋନା ଟିକାକରଣ ଅଭିଯାନରେ ଭାରତ ପୁଣି ଥରେ ନୂଆ ରେକର୍ଡ ସୃଷ୍ଟି କରିଛି। ଏଥରକ ୨୦୦ କୋଟି କରୋନା ଟିକା ଦେଇ ରେକର୍ଡ କରିଛି ଭାରତ। ଏହି ରେକର୍ଡ କରିବାରେ ପୂରା ବିଶ୍ୱରେ ଭାରତ ପ୍ରଥମ। ଏହି ସଂଖ୍ୟାକୁ ପୂରା କରିବାକୁ ଭାରତକୁ ୧୮ ମାସ ସମୟ ଲାଗିଛି। ଦେଶରେ କୋଭିଡ୍‌-୧୯ ରୋଧକ ଟିକା ଦେବାରେ ରବିବାର ଭାରତ ୨୦୦ କୋଟି ସଂଖ୍ୟା ପାର୍‌ କରିଛି। ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ ବଡ଼ ବୟସର ଲୋକଙ୍କୁ କୋଭିଡ୍‌-୧୯ ଟିକା ମାଗଣା ଦେବା ନିଷ୍ପତ୍ତି ପରେ ଟିକାକରଣ ଅଭିଯାନ ତ୍ୱରାନ୍ଵିତ ହୋଇଥିଲା। ଏହି ସଂଖ୍ୟା ଆଜି ୨୦୦ କୋଟି ଛୁଇଁଛି।

ଭାରତର ଏହି ଉପଲବ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବେୟଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଉପଲବ୍ଧିର ଶ୍ରେୟ ସ୍ୱାସ୍ଥ୍ୟ କର୍ମୀ ଓ ଦେଶର ଲୋକଙ୍କୁ ଦେଇଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି, ୨୦୦ କୋଟି ଭ୍ୟାକ୍‌ସିନ୍‌ ରେକର୍ଡ ପୂରଣ କରିବା ନିଶ୍ଚିତ ଭାବେ ଗର୍ବର ବିଷୟ। ଏହି ଉପଲବ୍ଧି ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ ଦେଶର ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ସାରା ଦେଶବ୍ୟାପୀ କୋଭିଡ୍‌ ଟିକାକରଣରେ ଏବେ ଯାଏଁ ୨୦୦ କୋଟି (୯୨.୬୦ କୋଟି ଦ୍ୱିତୀୟ ଡୋଜ୍‌ ଓ ୫.୬୪ କୋଟି ପ୍ରିକସନ୍‌ ଡୋଜ୍‌) ଟିକା ନେଇସାରିଛନ୍ତି। ୧୨-୧୪ ବର୍ଷରେ ୩.୭୯ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି।

Also Read: ଏ ସପ୍ତାହର ଭାଗ୍ୟଫଳ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.