ଦେଶ ବିଦେଶ

କେତେ ଆଉ କଲବଲ କରିବ କରୋନା, ସଂକ୍ରମଣରେ ସ୍ପେନକୁ ଟପି ପଞ୍ଚମ ସ୍ଥାନରେ ରହିଲା ଭାରତ

ଦେଶର ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି ମହାମାରୀ କରୋନା। ଧୀରେ ଧୀରେ ସକ୍ରିୟ ହୋଇଚାଲିଛି କିଲର ଭାଇରସ। କରି କାୟା ବିସ୍ତାର କରୁଛି କରୋନା ଭାଇରସ। ବିଶ୍ୱର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଷଷ୍ଠ ସ୍ଥାନରୁ ପଞ୍ଚମ ସ୍ଥାନରେ ପହଁଚିଛି। ଆମେରିକାର ଜନ୍‌ ହାପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ଲଗାତର ଚାରି ଦିନ ଭିତରେ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବା ପରେ ଭାରତ ପଞ୍ଚମ ସ୍ଥାନରେ ପହଁଚିଛି। ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୨,୪୧,୩୧୦ ରହିଥିବାବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨,୪୬,୬୨୮।

ମାତ୍ର ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଇଟାଲୀ ଆଉ ସ୍ପେନକୁ ଅତିକ୍ରମ କରି ପଞ୍ଚମ ସ୍ଥାନରେ ପହଁଚିଲା ଭାରତ। ଏହାପରେ ଟପ୍‌ ୫ରେ ଅଛି ଭାରତ ଉପରେ ଆମେରିକା, ବ୍ରାଜିଲ, ଋଷିଆ ଏବଂ ବ୍ରିଟେନ। ତେବେ ଭାରତରେ ଶନିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୯,୮୮୭ ଜଣ ସଂକ୍ରମିତ ହୋଇଥିବାବେଳେ ୨୯୪ ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟା ଭିତରେ ୪, ୬୧୧ କରୋନା ରୋଗୀଙ୍କ ସହିତ ମୋଟ ୧,୧୪,୦୭୩ ଲୋକ ସୁସ୍ଥ ହୋଇଛନ୍ତି ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୧,୩୭,୯୩୮ ସାମ୍ପୁଲ ସହିତ ଏବେ ପର୍ଯ୍ୟନ୍ତ ୪୫,୨୪,୩୧୭ ନମୂନା ପରୀକ୍ଷା କରାଯାଇଛି। ରିପୋର୍ଟ ଅନୁଯାୟୀ ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୨,୪୧,୩୧୦ ରହିଥିବାବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨,୪୬,୬୨୮ ରହିଛି।

Pritiparna

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

10 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

15 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

46 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

53 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago