ପୁଣି ଡରାଇଲା କରୋନା, ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୧୩ଶହ ନୂଆ ସଂକ୍ରମିତ

ପୁଣି ଡରାଇଲାଣି କରୋନା । ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୧୩ଶହ ନୂଆ ସଂକ୍ରମିତ ଚିହ୍ନଟ । ଯାହାକି ୧୪୦ ଦିନରେ ସର୍ବାଧିକ ଦୈନିକ କରୋନା କେସ । ଗତ ୨୪ ଘଣ୍ଟାରେ କରୋନାରେ ଯାଇଛି ୩ ଜଣଙ୍କ ଜୀବନ । କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରରେ କୋଭିଡରେ ଜଣେ ଲେଖାଏଁ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୧୩ଶହ ନୂଆ ସଂକ୍ରମିତ ଚିହ୍ନଟ । ଯାହାକି ୧୪୦ ଦିନରେ ସର୍ବାଧିକ ଦୈନିକ କରୋନା କେସ । ଗତ ୨୪ ଘଣ୍ଟାରେ କରୋନାରେ ଯାଇଛି ୩ ଜଣଙ୍କ ଜୀବନ । କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରରେ କୋଭିଡରେ ଜଣେ ଲେଖାଏଁ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଭାରତରେ କୋଭିଡ-୧୯ ମାମଲା ୪କୋଟି ୪୬ ଲକ୍ଷରେ ପହଞ୍ଚିଛି । ଦୈନିକ ପଜିଟିଭିଟି ରେଟ୍‌ ୧.୪୬% ରହିଛି । ଦେଶରେ ଏବେ କରୋନା ଆକ୍ଟିଭ କେସ ରହିଛି ୭ହଜାର ୬ଶହ ୫ । କୋଭିଡ ସଂକ୍ରମଣ ସାମାନ୍ୟ ବଢିବା ପରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଥିଲେ ।

ଦେଶରେ କୋଭିଡ ଓ H3N2 ଇନଫ୍ଲୁଏଞ୍ଜା ଉପରେ ସତର୍କ ଦୃଷ୍ଟି ରଖିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।  ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡ ଅନୁରୂପ ଆଚରଣ ପାଳନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟଗୁଡ଼ିକ ପରାମର୍ଶ ଦେଇଛନ୍ତି । କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଖୁବ ଶୀଘ୍ର ଏକ ମକ ଡ୍ରିଲ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.