ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨ ହଜାର ୭୬୬

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି ଏପ୍ରିଲ ମାସ । କ୍ରମାଗତ ୬ ଦିନ ଧରି ୩ ଲକ୍ଷ ଉପରେ ରହୁଛି ନୂଆ ସଂକ୍ରମିତ କେସ୍‌ । ସେହିଭଳି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି । ୭ ଦିନ ହେବ ୨୦୦୦ ଉପରେ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨ ହଜାର ୭୬୬ । ଏପ୍ରିଲ ମାସରେ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ୩୪ ହଜାର ୫୯୫ । କେବଳ ଏହି ଗୋଟିଏ ସପ୍ତାହରେ ୧୭ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଛି ।

ଗତବର୍ଷ ସେପ୍ଟେମ୍ବର ମାସରେ ସପ୍ତାହେ ମଧ୍ୟରେ ମୃତ୍ୟୁସଂଖ୍ୟା ଥିଲା ୩୩ ହଜାର ୨୩୦ । ଚଳିତବର୍ଷ ମାର୍ଚ୍ଚ ମାସରେ ୫ ହଜାର ୬୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପ୍ରିଲ ମାସରେ ମୃତ୍ୟୁସଂଖ୍ୟା ୬ ଗୁଣା ବୃଦ୍ଧି ପାଇଛି । ଭାରତର ମୃତ୍ୟୁସଂଖ୍ୟା ବ୍ରାଜିଲ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ । ବ୍ରାଜିଲରେ ମୃତ୍ୟୁସଂଖ୍ୟା୭୫ ହଜାରରୁ ଅଧିକ ରହିଛି । ଆମେରିକାରେ ଏପ୍ରିଲରେ ୨୧ ହଜାର ୪୮୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୮ ହଜାର ୭୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରାଣ ହରାଇଛନ୍ତି ୫୨୪ ଜଣ ।

Leave A Reply

Your email address will not be published.