ଦେଶରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ୩୩୨୦ଟି ନୂଆ ପଜିଟିଭ୍‌ କେସ

ଦେଶରେ ସଂକ୍ରମଣ ବ୍ୟାପକ ହେଉଛି । ଏବେ ପ୍ରତିଦିନ ୩ ହଜାର ରୁ ୪ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୩ ହଜାର ୩୨୦ ନୂଆ ପଜିଟିଭ୍‌ କେସ ସାମ୍ନାକୁ ଆସିଛି । ସେହିପରି ଗୋଟିଏ ଦିନରେ ୯୫ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ୍‌ । ଏଯାବତ ଦେଶରେ ମୋଟ୍‌ ୫୯ ହଜାର ୬୬୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।ବର୍ତ୍ତମାନ ସୁଦ୍ଧା ୩୯ ହଜାର ୮୩୪ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୧୭ ହଜାର ୮୪୬ ଜଣ । ସେହିପରି ମୃତ୍ୟୁ ସଂଖ୍ୟା ୧୯ ଶହ ଟପିଛି । ଦେଶର ଚିନ୍ତା ବଢାଇଛନ୍ତି ମହାରାଷ୍ଟ, ଦିଲ୍ଲୀ ଓ ଗୁଜରାଟ । ଏହି ତିନି ରାଜ୍ୟରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । କରୋନା ରାଜ୍ୟ ଭାବେ ଗଣା କେବଳ ମହାରାଷ୍ଟ୍ରରେ ୧୯ ହଜାର ଟପିଗ ଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

coronavirus

ଯେବେକି ଗୁଜରାଟରେ ୭ ହଜାର ୪୦୨, ଦିଲ୍ଲୀରେ ୬ ହଜାର ୩ ଶହ ୧୮, ତାମିଲନାଡୁରେ ୬ ହଜାର ୯, ରାଜସ୍ଥାନରେ ୩ ହଜାର ୫୭୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସୂଚନା ମୁତାବକ ରାଜସ୍ଥାନରେ ଆଜି ୫୭ ଟି ନୂଆ ମାମଲା ସାମ୍ନାକୁ ଆସିଛି ।ଏହାକୁ ମିଶାଇ ସେଠାକାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩୬ ରେ ପହଂଚି ଥିବା ବେଳେ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପରେ ଗୁରୁରାଟର ସ୍ଥାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତାଲିକାରେ ଦ୍ଵିତୀୟରେ ରହିଛି । ଗତ ୨୪ ଘଣ୍ଟା ଭିତରେ ଏହି ରାଜ୍ୟରେ ୩୯୦ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪୦୩ ରେ ପହଂଚିଛି । ଠିକ ସେମିତି ଆମ ରାଜ୍ୟ ଓଡ଼ିଶାରେ ବି ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.