ଏକାସାଙ୍ଗରେ ଉଡିଲା ୭୮ ହଜାର ତ୍ରିରଙ୍ଗା, ଇତିହାସ ରଚିଲା ଭାରତ

ଭାରତ ଇତିହାସ ରଚିଛି। ୨୩ ଏପ୍ରିଲରେ ସବୁଠାରୁ ଅଧିକ ରାଷ୍ଟ୍ରୀୟ ଧ୍ୱଜା ଉଡାଇ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡରେ ନିଜ ନାମ ସାମିଲ କରିଛି। ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ସଂସ୍କୃତ ମନ୍ତ୍ରଣାଳୟ ଟ୍ଵିଟ୍‌ କରି ଜଣାଇଛି, ୨୩ ଏପ୍ରିଲରେ ବିହାରର ଭୋଜପୁରରେ ‘ ବୀର କୁଅଁର ସିଂହ ବିଜୟତ୍ସୋବ କାର୍ଯ୍ୟକ୍ରମରେ ଏକାସାଙ୍ଗରେ ୭୮,୨୨୦ ତ୍ରିରଙ୍ଗା ଉଡାଇ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡରେ ପ୍ରବେଶ କରିଛି। ଏହି ରେକର୍ଡ କରିବା ପାଇଁ ପ୍ରତିନିଧିମାନଙ୍କ ପରିଚୟ ପାଇଁ ହାତରେ ବ୍ୟାଣ୍ଡ ବିନ୍ଧିବାକୁ ମଧ୍ୟ କୁହାଯାଇଥିଲା।

ଗିନିଜ ଓ୍ଵାଲର୍ଡ ରେକର୍ଡ ସାର୍ଟିଫିକେଟରେ କୁହାଯାଇଛି କି, ଭାରତ ସ୍ୱାଧୀନ ହେବାର ଅମୃତ ମହୋତ୍ସବ ପାଳନ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟ ୨୩ ଏପ୍ରିଲ ୨୦୨୨ର ବିହାରର ଭୋଜପୁର ଜଗଦୀଶପୁରରେ ସବୁଠାରୁ ଅଧିକ ଲୋକ ଦ୍ୱାରା ତ୍ରିରଙ୍ଗା ଉଡାଇ ରେକର୍ଡ ସୃଷ୍ଟି କରିଛି। ବିହାରର ଭୋଜପୁର ଜିଲ୍ଲାର ଦଲୋର ମଇଦାନରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୭୮,୨୨୦ ଲୋକ ଏକାସାଙ୍ଗରେ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରି ନୂଆ କୀର୍ତ୍ତିମାନ ସ୍ଥାପନ କରି ଇତିହାସ ସୃଷ୍ଟି କରିଛନ୍ତି।

ଏହା ପୂର୍ବରୁ ପାକିସ୍ତାନରେ ପାଖାପାଖି ୧୮ ବର୍ଷ ପୂର୍ବେ ଏପରି ବିଶ୍ୱ ରେକର୍ଡ କରିଥିଲା। ଯେଉଁଥିରେ ୫୬ ହଜାର ପାକିସ୍ତାନୀ ଲାହୋରରେ ଏକ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରି ରେକର୍ଡ କରିଥିଲା। କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଏନଆଇକୁ କହିଛନ୍ତି, ମହାନ ସ୍ୱାଧୀନତା ସଂଗ୍ରାମୀ ବୀର କୁଅଁର ସିଂହଙ୍କ ଜୟନ୍ତୀ ଅବସରରେ ଜଗଦୀଶପୁରରେ ୫ ମିନିଟ୍‌ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇ ସ୍ୱାଧୀନତା ଅମୃତ ମହୋତ୍ସବ ପାଳନ କରାଯାଇଥିଲା।

୧୮୫୮ରେ ଜଗଦୀଶପୁରରେ ୨୩ ଏପ୍ରିଲରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଯୁଦ୍ଧ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ହରାଇଥିଲେ। ଜଗଦୀଶପୁର ଦୁର୍ଗରେ ୟୁନିଅନ ଜ୍ୟାକ୍‌ଙ୍କ ପତାକା କାଢିବା ପରେ ଶହୀଦ ହୋଇଥିଲେ କୁଅଁର ସିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.