ଗତ ୨୪ ଘଣ୍ଟାରେ ଦେଶରେ ୭୩ ହଜାର ୨୭୨ ନୂଆ ପଜିଟିଭ ଚିହ୍ନଟ, ୯୨୬ ମୃତ

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୭୩ ହଜାର ୨୭୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୬୯ ଲକ୍ଷ ପାର ହୋଇଛି । ଯେବେକି ମାରାତ୍ମକ ଭାଇରସ କାରଣରୁ ଦେଶରେ ଗୋଟିଏ ଦିନରେ ୯୨୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ୧ ଲକ୍ଷ ୭ ହଜାର ୪୧୬ ଛୁଇଁଛି ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ୬୯ ଲକ୍ଷ ୭୯
ସଂକ୍ରମିତ ହଜାର ୪୧୬ ଛୁଇଁଛି ମୋଟ ସଂଖ୍ୟା । ବର୍ତ୍ତମାନ ସମୟରେ ୮ ଲକ୍ଷ ୮୩ ହଜାର ୧୮୫ ଜଣ ଆକ୍ରାନ୍ତଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

କହିରଖିବା ଉଚିତ ହେବକି, ଦେଶରେ କୋଭିଡ ସଂକ୍ରମିତ ମାମଲା ଅଗଷ୍ଟ ୭ ରେ ୨୦ ଲକ୍ଷ ପାର ହୋଇଥିବା ବେଳେ, ଅଗଷ୍ଟ ୨୩ରେ ୩୦
ଲକ୍ଷ, ସେପ୍ଟେମ୍ବର ୫ ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ଓ ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ପାର ହୋଇଥିଲା । ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଆଇସିଏମଆର ଦ୍ୱାରା ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୯ ତାରିଖ ସୁଦ୍ଧା ୮ କୋଟି ୫୭ ଲକ୍ଷ ୯୮ ହଜାର ୬୯୮
ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ସେମଧ୍ୟରୁ ୧୧ ଲକ୍ଷରୁ ଅଧିକ ନମୁନା ଯାଞ୍ଚ ଶୁକ୍ରବାର ଦିନ ହିଁ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.