କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନାର ବଡ଼ ଲମ୍ପ: ୨୪ ଘଣ୍ଟାରେ ୨, ୧୮୩ ସଂକ୍ରମିତ ଚିହ୍ନଟ, ୨୧୪ମୃତ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନାର ବଡ଼ ଲମ୍ପ । ଗତ ୨୪ ଘଣ୍ଟାରେ ଦେଶରେ ୨ହଜାର ୧୮୩ କରୋନା ସଂକ୍ରମିତ ଚିହ୍ନଟ। ଦିନକରେ ୯୦ ପ୍ରତିଶତ ବଢିଲା କରୋନା ମାମଲା। ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୯୮୫ । ୨୧୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।

ଗତକାଲି ୧ ହଜାର ୧୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୪ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୫୧୭ କରୋନା ନୂଆ ମାମଲା ସାମନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.