ଦେଶରେ ୩୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୯ ହଜାର ୬୮୯ ଆକ୍ରାନ୍ତ ଚିହ୍ନଟ

(କେନ୍ଯୁଜ ବ୍ଯୁରୋ) : ଦେଶରେ ୩୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ । ୧୩୨ ଦିନ ପରେ କମିଛି ଦୈନିକ କେସ । ୨୪ ଘଣ୍ଟାରେ ୨୯ ହଜାର ୬୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୫ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୨ ହଜାର ୩୬୩ ।

ସେପଟେ ଦେଶରେ ୪ଲକ୍ଷ ତଳକୁ ଖସିଲା ଆକ୍ଟିଭ୍‌ କେସ୍‌ । ଏବେ ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ୯୮ ହଜାର୧୦୦ ଥିବାବେଳେ ମୋଟ ସୁସ୍ଥ ହେଲେଣି ୩ କୋଟି ୬ ଲକ୍ଷ ୨୧ ହଜାର ୪୬୯। ଦେଶରେ ମୋଟ ମୃତ୍ୟୁସଂଖ୍ୟା ରହିଛି ୪ଲକ୍ଷ ୨୧ ହଜାର ୩୮୨।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.