କରୋନା ଅପଡେଟ: ଗତ ୨୪ ଘଣ୍ଟାରେ ୭୫ ହଜାର ୮୨୯ ନୂଆ ମାମଲା ଚିହ୍ନଟ, ୯୪୦ ଜଣ ମୃତ

ଦେଶରେ ଥୟ ଧରିବାର ନାଁ ନେଉନି ମାରାତ୍ମକ କରୋନା । ଦିନ କୁ ଦିନ ବଢ଼ିବାରେ ଲାଗିଛି ଏହି ସଂଖ୍ୟା । ଏଭିତରେ ଗତ ୨୪ ଘଣ୍ଟା ଭିତରେ ୭୫
ହଜାର ୮୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୦ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୬୫ ଲକ୍ଷ ପାର ହୋଇଛି । ମୋଟ ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ କରୋନା ୬୫
ଲକ୍ଷ ୪୯ ହଜାର ୩୭୪ ଛୁଇଁଛି । ଏମଧ୍ୟରୁ ୯ ଲକ୍ଷ ୩୭ ହଜାର ୬୨୫ ସକ୍ରିୟ ମାମଲା ଥିବା ବେଳେ ୫୫ ଲକ୍ଷ ୯ ହଜାର ୯୬୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅନ୍ୟପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି ୧ ଲକ୍ଷ ପାର ହୋଇଛି । ଏହି ସଂଖ୍ୟା ୧ ଲକ୍ଷ ୧

ହଜାର ୭୮୯ ଛୁଇଁଛି । ଆଇସିଏମଆର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୩ ସୁଦ୍ଧା ୭ କୋଟିରୁ ଉର୍ଦ୍ଧ୍ବ ନମୁନା ପରୀକ୍ଷଣ ସାରିଥିବା ବେଳେ କେବଳ ଶନିବାର ଦିନ ହିଁ ୧୧ ଲକ୍ଷ ୪୨ ହଜାର ୧୩୧ ନମୁନା ପରୀକ୍ଷଣ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.