କରୋନା ଅପଡେଟ: ଗତ ୨୪ ଘଣ୍ଟାରେ ୭୮ ହଜାର ୫୨୪ ନୂଆ ପଜିଟିଭ ଚିହ୍ନଟ, ୯୭୧ ମୃତ

ନୂଆଦିଲ୍ଲୀ: ଦେଶରେ ଦିନ କୁ ଦିନ ବଢ଼ିବାରେ ଲାଗିଛି କରୋନା ସଂଖ୍ୟା । ଗତ କିଛି ଦିନ ଧରି କିଛିଟା କମ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ପୁଣି ଆଉ ଥରେ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସଂକ୍ରମିତ ସଂଖ୍ୟା ୬୮ ଲକ୍ଷ ପାର ହୋଇଥିବା ବେଳେ ବୁଧବାର ୭୨ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୭୮ ହଜାର ୫୨୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।

ଯେବେକି ୯୭୧ ଜଣଙ୍କ ଜୀବନ କରୋନାରେ ଯାଇଥିବା ଜଣାଯାଇଛି । ମୋଟ ରୂପରେ ଦେଖିଲେ ୬୮ ଲକ୍ଷ ୩୫ ହଜାର ୬୫୬
ଛୁଇଁଛି ଆକ୍ରାନ୍ତ ସଂଖ୍ୟା । କହିରଖିବା ଉଚିତ ହେବଯେ, ଏବେ ଦେଶରେ ୯ ଲକ୍ଷ ୦୨ ହଜାର ୪୨୫ ମାମଲା ରହିଛି । ଯେବେକି, ୫୮ ଲକ୍ଷ ୨୭
ହଜାର ୭୦୫ ଜଣ ସୁସ୍ଥ ହୋଇଫେରିଛନ୍ତି । ଅନ୍ୟପକ୍ଷରେ ଦେଶରେ ଏଯାବତ  ୧ ଲକ୍ଷ ୫ ହଜାର ୫୨୬ ଜଣଙ୍କ ଜୀବନ ନେଲଣି ଏହି ମାରାତ୍ମକ ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.