ଦେଶରେ ଦିନ କୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟା ଭିତରେ ରେକର୍ଡ ହୋଇଛି ୮୧୭୧ ଟି ନୂଆ ପଜିଟିଭ କେସ

ନୂଆଦିଲ୍ଲୀ: ଦେଶରେ ଦିନ କୁ ଦିନ ବଢି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୮ହଜାର ୧୭୧ଟି ନୂଆ ପଜିଟିଭ୍‌ କେସ୍‌ ବାହାରିଛି । ଏଭିତରେ କରେନା ନେଇ ସାରିଛି ୨୦୪ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଦୁଇ ଲକ୍ଷ ହେଲାଣି । ଭୂତାଣୁ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୯୮ ହଜାର ୭୦୬ ଜଣ । ଅନ୍ୟପକ୍ଷରେ ଦେଶରେ ମୃତ୍ୟୁବରଣ କରିଛନ୍ତି ୫ ହଜାର ୫୯୮ ଜଣ । ଆଜି ଭିତରେ ୯୫ ହଜଜାର ୭୨୭ ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ ବିଭିନ୍ନ ହସ୍ପିଟାଲରେ ୯୭,୫୮୧ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ସର୍ବାଧିକ ସଂକ୍ରମିତ ହୋଇଛି ମହାରାଷ୍ଟ୍ର ରାଜ୍ୟ । ମହାରାଷ୍ଟ୍ରରେ ୭୦ହଜାର ୧୩ଜଣ ସଂକ୍ରମିତ ହୋଇଥିବାବେଳେ ୨ହଜାର ୩୬୨ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଗୁଜରାଟରେ ମୃତ୍ୟୁସଂଖ୍ୟା ଏକ ହଜାର ଟପିଛି । ଯେବେକି ଆନ୍ଧ୍ର ପ୍ରଦେଶରୁ ଗତ୨୪   ଘଣ୍ଟା ଭିତରେ ୮୨ ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଂଚିଛି । ଯେବେକି ସେଠାରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଂଚିଛି । ଯେବେକି ସେଠାରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି | ଝାରଖଣ୍ଡ, ମଣିପୁର ପରି ରାଜ୍ୟରେ ମୋଟ ସଂକ୍ରାମିତଙ୍କ ସଂଖ୍ୟା ଯଥାକ୍ରମେ ୬୭୫ ଓ ୮୫ ଛୁଇଁଛି । କହିରଖିବା ଉଚିତ ହେବକି, ଗତକାଲି ସୁଦ୍ଧା ଦେଶବ୍ୟାପୀ ସଂକ୍ରାମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ଥିଲା । ଆଉ ମୃତ୍ୟୁ ସଂଖ୍ୟା ୫ ହଜାର ପାର କରିଥିଲା । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ କରୋନା ସଂକ୍ରମଣରେ ତାଲିକାରେ ଭାରତର ସ୍ଥାନ ୭ ମ ଥିଲା । ଯେବେକି ଏହି ରେସରେ ନମ୍ବର ୧ରେ ଅଛି ଆମେରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.