ଭାରତରେ ପଶିଲା ଓମିକ୍ରନ, କର୍ଣ୍ଣାଟକରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ

ଭାରତରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଭେରିଆଣ୍ଟରେ ଚିହ୍ନଟ ହୋଇଥିବା ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମସଚିବ ଲାଭ ଅଗ୍ରୱାଲ । ଉଭୟଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୂଚନା ମିଳିଛି । ଏମାନେ ଦୁହେଁ ପୁରୁଷ ହୋଇଥିବା ବେଳେ ଏମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ହୋଇଥିବା ନେଇ ସୂଚନା ମିଳିଛି । ବିଶ୍ୱର ମୋଟ ୨୯
ଟି ଦେଶରେ ୩୭୩ ଜଣ ଏହି ନୂଆ ଭାରିୟାଣ୍ଟରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ଓମୀକ୍ରନରୁ ବର୍ତ୍ତିବା ପାଇଁ କଡାକଡି ଭାବରେ ନିୟମ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯଇଛି । ଅନ୍ୟପକ୍ଷରେ ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭର୍ଗବ ସତର୍କ କରାଇଛନ୍ତି । ଗହଳି ସ୍ଥାନକୁ ନଯିବା ସହିତ ଟୀକା ନେବାକୁ ତାଗିଦ କରିଛନ୍ତି ।

Leave A Reply

Your email address will not be published.