ଦେଶ ବିଦେଶ

ଦେଶରେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା, ଗତ ୨୪ ଘଣ୍ଟାରେ ୨୯୪୨୯ ନୂଆ ପଜିଟିଭ୍‌ ଚିହ୍ନଟ, ୫୮୨ ଜଣ ମୃତ

ଦେଶରେ ଦିନ କୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ପ୍ରତିଦିନ ଆକ୍ରାନ୍ତ ଚିହ୍ନଟ ରେକର୍ଡ ଭାଙ୍ଗିବାରେ ଲାଗିଛି । ଗତ କିଛି ଦିନ ହେବ ଲଗାତାର ଭାବେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାର ରିପୋର୍ଟକୁ ଯଦି ଦେଖାଯାଏ ତେବେ ଜଣାଯିବକି ସର୍ବାଧିକ ୨୯ ହଜାର ୪୨୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୧୮୧କୁ ବୃଦ୍ଧି ପାଇଛି । ଏହା ସହ ଗୋଟିଏ ଦିନରେ ଦେଶରେ ୫୮୨ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି । ଏହାକୁ ଯଦି ମିଶା ଯାଏ ଦେଶରେ ମୃତ୍ୟୁ ସଂଖ୍ୟା ୨୪ ହଜାର ୩୦୯ ରହିଛି । ମୃତ୍ୟୁ ଘଟିଥିବା ଏହି ୫୮୨ ଜଣଙ୍କ ମଧ୍ୟରେ  ମହାରାଷ୍ଟ୍ରରୁ ୨୧୩ ଜଣ, କର୍ଣ୍ଣାଟକର ୮୫ ଜଣ, ତାମିଲନାଡୁର ୬୭ ଜଣ, ଆନ୍ଧ୍ରପ୍ରଦେଶ ର ୪୩ଜଣ , ଦିଲ୍ଲୀର ୩୫ଜଣ, ଉତ୍ତରପ୍ରଦେଶର ୨୮ ଜଣ, ପଶ୍ଚିମ ବାଙ୍ଗରା ୨୪
ଜଣ ଥିବା ବେଳେ ବିହାର ଓ ଗୁଜୁରାଟରୁ ୧୪ ଜଣ ଲେଖାଏଁ ଅଛନ୍ତି । ଯେବେକି ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରୁ ୧୦ ଜଣ ଅଛନ୍ତି । ମୋଟ୍‌ ୨୪ ହଜାର ୩୦୯ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ୍‌ ।

କହିରଖିବା ଉଚିତ ହେବକି ଦେଶରେ ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ୧୯ ହଜାର ୮୪୦ ରହିଛି । ଏମଧ୍ୟରୁ ୫ ଲକ୍ଷ ୯୨ ହଜାର ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ଦେଶରେ ୬୩ ଦଶମିକ ୨୦ ପ୍ରତିଶତ ସୁସ୍ଥତା ହାର ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୭ ହଜାର ୬୬୫କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦ ହଜାର ୬୯୫ ହୋଇଛି । ସେହିପରି ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୨୪ରେ ପହଞ୍ଚିଛି । ଦିଲ୍ଲୀରେ ୧ ଲକ୍ଷ ୧୫ ହଜାର ୩୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏପଟେ କରୋନା ଟେଷ୍ଟ ସଂଖ୍ୟା ବି ବଢୁଛି । ଏଯାବତ ଏକ କୋଟି ୨୪ ଲକ୍ଷ ୧୨ ହଜାର ନମୁନା ପରୀକ୍ଷା ସରିଲାଣି ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

11 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

16 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

30 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago