ଦେଶ ବିଦେଶ

ଚୀନ ଜାହାଜ ଅଟକାଇଲା ଭାରତ, ପାକିସ୍ତାନକୁ ପଠାଉଥିଲା ଆଣବିକ ଅସ୍ତ୍ର ଯନ୍ତ୍ରାଂଶ

ନୂଆଦିଲ୍ଲୀ : ପାକିସ୍ତାନକୁ ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ଯନ୍ତ୍ରାଂଶ ଯୋଗାଉଛି ଚୀନ। ମୁମ୍ବାଇରେ ଧରାପଡ଼ିଲା ଜାହାଜ। ଚୀନରୁ ପାକିସ୍ତାନକୁ ଯାଉଥିବା ସଂଦିଗ୍ଧ ଜାହାଜକୁ ମୁମ୍ବାଇ ବନ୍ଦରରେ ଅଟକା ଯାଇଥିଲା। ପାକିସ୍ତାନର ବାଲିଷ୍ଟିକ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ପାଇଁ ଜାହାଜାରେ କୌଣସି ପଦାର୍ଥ ଯାଉଥିବା ସଂଦେହରେ ମୁମ୍ବାଇ ପୋର୍ଟରେ ଅଟକା ଯାଇଥିଲା।

ଘଟଣା ଜାନୁଆରୀ ୨୩ ତାରିଖର। ପାକିସ୍ତାନର ସାମରିକ କାର୍ଯ୍ୟ ପାଇଁ ଯନ୍ତ୍ରାଂଶ ଯାଉଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୀମା ଶୁଳ୍କ ବିଭାଗ ଏହି ପଣ୍ୟବାହୀ ଜାହାଜକୁ ଅଟକାଇଥିଲା। ଡିଆରଡିଓ ଅଧିକାରୀ ଏହାର ଯାଞ୍ଚ କରିଥିଲେ। ଜାହାଜରେ ଥିଲା କଂପ୍ୟୁଟର ନ୍ୟୁମେରିକାଲ କଣ୍ଟ୍ରୋଲ ବା CNC ମେସିନ। ଏହି ମେସିନ ଆଣବିକ ଅସ୍ତ୍ର ନିର୍ମାଣରେ ବ୍ୟବହାର ହୋଇଥାଏ। ଉତ୍ତର କୋରିଆ ଏହି ମେସିନ ତାର ପରମାଣୁ ଅସ୍ତ୍ର ନିର୍ମାଣରେ ବ୍ୟବହାର କରିଛି।

ଜାହାଜରେ ଥିବା ମାଲ୍ ପାକିସ୍ତାନର କାହା ପାଖକୁ ଯାଉଥିଲା ସେ ନେଇ ସତ ଲୁଚାଇବାକୁ ମଧ୍ୟ ଉଦ୍ୟମ ହୋଇଥିଲା। ବିଲ୍ ଉପରେ ସଂଦେହ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଯାଂଚ ପରେ ଜଣାପଡ଼ିଥିଲା ଏହା ପାକିସ୍ତାନର କସମସ୍ ଇଂଜିନିୟରିଂ ପାଖକୁ ଯାଉଥିଲା। କସମସ ଇଂଜିନିୟରିଂ ହେଉଛି ପାକିସ୍ତାନର ପ୍ରତିରକ୍ଷା ଯୋଗାଣକାରୀ ସଂସ୍ଥା। ୨୦୨୨ରୁ ଭାରତର ସଂଦେହ ଘେରରେ ରହିଛି ଏହି ପାକିସ୍ତାନୀ ସଂସ୍ଥା। ପୂର୍ବରୁ ମଧ୍ୟ ଚୀନରୁ ଦ୍ବୈତ ବ୍ୟବହାର ଉଦ୍ଦେଶ୍ୟରେ ପାକିସ୍ତାନ ଯାଉଥିବା ସାମରିକ ପଦାର୍ଥ ବୋଝେଇ ଜାଜାହାକୁ ଭାରତୀୟ ସୀମା ଶୁଳ୍କ ବିଭାଗ ସିଜ୍ କରିଛି। ଏହା ପ୍ରଥମ ଘଟଣା ନୁହେଁ।

Niharanjan

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

8 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

25 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

40 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

52 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

53 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago