ମିଆଁମାରକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ, ପଠାଇଲା ୧୫ ଟନ୍ ରିଲିଫ୍ ସାମଗ୍ରୀ

ମିଆଁମାରକୁ ରିଲିଫ ପଠାଇଲା ଭାରତ । ପ୍ରଥମେ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ । ଭାରତୀୟ ବାୟୁସେନା ବିମାନ C 130 ହିଣ୍ଡନ ବେସ୍ ରୁ ବାହାରିଛି ରିଲିଫ ବିମାନ। ରିଲିଫ ସାମଗ୍ରୀ ଭିତରେ ରହିଛି ଟେଣ୍ଟ, ସ୍ଲିପିଂ ବ୍ୟାଗ୍, ବ୍ଲାଙ୍କେଟ୍, ଖାଦ୍ୟ, ସୋଲାରା ଲ୍ୟାମ୍ପ, ହାଇଜିନ କିଟ୍, ୱାଟର ପିଉରିଫାୟର ଏବଂ ଜେନେରେଟର ଆଦି ରହିଛି । ଗୁରୁତ୍ବପୂର୍ଣ୍ଣ ଔଷଧ ମଧ୍ୟ ରିଲିଫ ସାମଗ୍ରୀ ମଧ୍ୟରେ ରହିଛି । ମିଆଁମାର କ୍ଷୟକ୍ଷତି ଉପରେ ନଜର ରଖିଛି ଭାରତ ।
Approximately 15 tonnes of relief material is being sent to Myanmar on an IAF C 130 J aircraft from AFS Hindon, including tents, sleeping bags, blankets, ready-to-eat meals, water purifiers, hygiene kits, solar lamps, generator sets, essential Medicines (Paracetamol, antibiotics,… pic.twitter.com/A2lfqfPLvF
— ANI (@ANI) March 29, 2025
ସେହିପରି ଗତକାଲି ମିଆଁମାର ଓ ଥାଇଲାଣ୍ଡରେ ବଡ଼ ଧରଣର ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବେଗ ପ୍ରକାଶ କରିବା ସହ ଉଭୟ ରାଷ୍ଟ୍ରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ କର୍ତ୍ତୃପକ୍ଷ ଏ ଦିଗରେ ପ୍ରସ୍ତୁତ ଅଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମ୍ପୃକ୍ତ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାମାର ଓ ଥାଇଲାଣ୍ଡ୍ରେ ଭୂମିକମ୍ପ ପରେ ପରିସ୍ଥିତି ଉପରେ ଭାରତ ଅହରହ ନଜର ରଖିଛି । ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଜରୁରୀ ସହାୟତା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଯାଇଛି ।
ଅନ୍ୟପଟେ ବ୍ୟାଙ୍କକ ଏବଂ ଥାଇଲାଣ୍ଡର କେତେକ ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ଭାରତୀୟ ଦୂତାବାସ’ ଥାଇ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ନାଗରିକଙ୍କ ସହ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । କୌଣସି ଜରୁରୀକାଳୀନ ପରିସ୍ଥିତିରେ ଥାଇଲାଣ୍ଡରେ ଥିବା ଭାରତୀୟ ନାଗରିକଙ୍କୁ ଜରୁରୀକାଳୀନ ନମ୍ବର +୬୬ ୬୧୮୮୧୯୨୧୮ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ଆହୁରି ପଢ଼ନ୍ତୁ : ଭୂକମ୍ପରେ ଛାରଖାର ମିଆଁମାର: ୧୫୦ ଟପିଲାଣି ମୃତ୍ୟୁ ସଂଖ୍ୟା, ଚାଲିଛି ଉଦ୍ଧାର କାର୍ଯ୍ୟ