ଜାତିସଙ୍ଘରେ କଶ୍ମୀରକୁ ନେଇ ପାକିସ୍ତାନକୁ ଠିକଣା ଜବାବ ଦେଲା ଭାରତ, ଆମର ଥିଲା ଆମର ହିଁ ରହିବ

କେନ୍ୟୁଜ୍‌ : ପାକିସ୍ତାନ ପୁଣି ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି । ଜାତିସଂଘର ସ୍ଥାୟୀ ମିଶନରେ କାଉନସିଲର ଥିବା ଭାରତୀୟ ପ୍ରତିନିଧି ପ୍ରତୀକ ମାଥୁର କହିଛନ୍ତି, ପାକିସ୍ତାନର ଏକ ପ୍ରତିନିଧି ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଏହି ପ୍ରସଙ୍ଗ ଉଠାଇବା ପରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି । ପ୍ରତିନିଧି କହିଛନ୍ତି, ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ସବୁବେଳେ ମିଛର ସାହାରା ନେଉଛି । ଯେତେ ଯାହା କହିଲେ ବି ଭାରତ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ।

ଜାତିସଂଘର ସ୍ଥାୟୀ ମିଶନର କାଉନସିଲର ପ୍ରତୀକ ମାଥୁର କହିଛନ୍ତି, ଆଜି ଆମେ ଜାତିସଂଘରେ ରାଷ୍ଟ୍ର ସୁରକ୍ଷା ପରିଷଦର ସୁଧାର ପାଇଁ ବୈଠକରେ ଯୋଗ ଦେଇଥିଲୁ । ଏହି ବୈଠକରେ ପାକିସ୍ତାନର ଜଣେ ପ୍ରତିନିଧି ପୁଣି ଥରେ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ଦୋଷାରୋପ କରିଥିଲେ । ପାକିସ୍ତାନ ଯେତେଥର ମିଛର ସାହାରା ନେଇ ଭାରତ ଉପରେ ଅଭିଯୋଗ କରୁଥିବ, ଭାରତ ଉପରେ କିଛି ଫରକ ପଡ଼ିବନାହିଁ। ପାକିସ୍ତାନ ସବୁବେଳେ ଏହିପରି ମିଥ୍ୟା ଅଭିଯୋଗ ଆଣୁଛି ଏହଂ ଗୁଜବ ପ୍ରଚାର କରୁଛି । ପାକିସ୍ତାନର ଏମିତି କରିବା ଗୋଟିଏ ଖରାପ ଅଭ୍ୟାସ । ଏମିତି ଏକ ବଡ଼ ମଞ୍ଚରେ ପାକିସ୍ତାନ କେବଳ ସହାନୁଭୂତି ପାଇବା ପାଇଁ ଚେଷ୍ଟା କରୁଛି । ଜାତିସଂଘର ସୁରକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତୀୟ ପ୍ରତିନିଧିମାନେ ପାକିସ୍ତାନର ମିଛ ଅଭିଯୋଗର ମୁଖା ଖୋଲି ଦେଇଛନ୍ତି । ପାକିସ୍ତାନର ମିଛ ଷଡ଼ଯନ୍ତ୍ରକୁ ପଦାରେ ପକାଇଛନ୍ତି ।

ଏହା ପୂର୍ବରୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ଜାତିସଂଘ ସୁରକ୍ଷା ପରିଷଦର ସମାନ ପ୍ରତିନିଧିତ୍ୱ ଉପରେ ୟୁଏନ୍ଜିଏରେ ବୟାନ ଦେଇଥିଲେ। ସେ କହିଥିଲେ, ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଯେତେ ଅଧିକ ସମୟ ଲାଗିବ ସେତେ ଦିନ ପର୍ଯ୍ୟନ୍ତ ଦେଶଗୁଡ଼ିକର ପ୍ରତିନିଧିତ୍ୱ ମଧ୍ୟ କମ୍ ରହି । ଯାହା ସୁରକ୍ଷା ପରିଷଦର ପ୍ରଭାବକୁ କ୍ଷୁଣ୍ଣ କରିବ । ରୁଚିରା କମ୍ବୋଜ ଜି-୪ର ୪ଟି ଦେଶ ବ୍ରାଜିଲ, ଜର୍ମାନୀ, ଜାପାନ ଏବଂ ଭାରତ ତରଫରୁ ଏହି କଥା କହିଥିଲେ ।

ସେ ଜାତିସଂଘର ମହାସଭା (UNGA)ରେ ଉତ୍ତର ରଖି ପାକିସ୍ତାନର ମୁହଁ ବନ୍ଦ କରି ଦେଇଛନ୍ତି । ସେ କହିଛନ୍ତି, ଜମ୍ମୁ ଓ କାଶ୍ମୀର ହେଉଛି ଭାରତର ଅବିଛେଦ୍ୟ ଅଙ୍ଗ । ଏହା ଅତୀତରେ ଥିଲା ଏବଂ ଭବିଷ୍ୟତରେ ରହିବ। ପାକିସ୍ତାନକୁ ଏଥିରେ ହସ୍ତକ୍ଷେପ କରିବାରେ କୌଣସି ଅଧିକାର ନାହିଁ । ପାକିସ୍ତାନ ଏହିପରି ପ୍ରସଙ୍ଗ ଉଠାଇ ଜାତିସଂଘର ସମୟକୁ ନଷ୍ଟ କରୁଛି ବୋଲି କମ୍ବୋଜ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.