ଦେଶ ବିଦେଶ

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପରେ ଭାରତର କଡା ଆପତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ କଡା ଆପତ୍ତି ଜାହିର କରିଛି ଭାରତ । ମନ୍ଦିରରେ ଭଙ୍ଗାରୁଜା ନେଇ ହାଇକମିଶନକୁ ରିପୋର୍ଟ ତଲବ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଉପାସନା ପୀଠ ଉପରେ ଆକ୍ରମଣ ସହିତ ଅଳ୍ପସଂଖ୍ୟକ ସମୁଦାୟଙ୍କ ବିରୋଧରେ ପାକିସ୍ତାନରେ ଉତ୍ପିଡନ ଘଟଣା ଜାରି ରହିଥିବା ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି । ଗତ ବୁଧବାର ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋର ଠାରୁ ୫୯୦ କିମି ଦୂରରେ ଅବସ୍ଥିତ ଭୋଙ୍ଗ ସହରରେ ଥିବା ଏକ ମନ୍ଦିର ଉପରେ ଆକ୍ରମଣ କରିଛି ସଂଖ୍ୟାବହୁଳ ମୁସଲମାନ ସମ୍ପ୍ରଦାୟ । ମନ୍ଦିର ଉପରେ ଆକ୍ରମଣ କରିବା ପରେ ଆକ୍ରମଣକାରୀ ଏହାର କେତେକ ଅଂଶରେ ନିଆଁ ଲଗାଇଦେବା ସହ ମନ୍ଦିରରେ ପୂଜା କରାଯାଉଥିବା ମୂର୍ତ୍ତିକୁ ଖଣ୍ଡ ବିଖଣ୍ଡିତ କରି ଭାଙ୍ଗି ଦେଇଥିଲେ ।

ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି । ପରିସ୍ଥିତକିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ମାତ୍ରାରେ ସୁରକ୍ଷା ବଳ ମୁତୟନ କରାଯାଇଛି। ଅନ୍ୟପଟେ ଭାରତ ସରକାର ଘଟଣା ଉପରେ ପ୍ରତିକ୍ରିୟା ଦେଇଥିବା କଡା ଆପତ୍ତି ଜାହିର କରିଛନ୍ତି । ବର୍ତ୍ତମାନ ଭାରତ ସରକାର ଏହି ପ୍ରସଙ୍ଗରେ ପାକିସ୍ତାନର ଦାୟିତ୍ବରେ ଥିବା ହାଇକମିଶନଙ୍କୁ କରିଛନ୍ତି ରିପୋର୍ଟ ତଲବ । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ସ୍ବାଧିନତା ଉପରେ ଜାରି ଆକ୍ରମଣ ଏକ ଚିନ୍ତାର ବିଷୟ ।

ଏ ଘଟଣାରେ ମିଳିଥିବା ଖବର ଅନୁସାରେ ଗତ ସପ୍ତାହରେ ସହରରେ ଅବସ୍ଥିତ ମଦ୍ରାସା ପୁସ୍ତକାଳୟରେ ଜଣେ ୮ ବର୍ଷୀୟ ହିନ୍ଦୁ ନାବାଳକ କଥିତ ରୂପେ ପରିସ୍ରା କରିଦେଇଥିଲା । ଯଦିଓ ଏହି ଘଟଣାରେ କୌଣସି ପ୍ରମାଣ ମିଳନାହିଁ । ହେଲେ ଏହାକୁ ନେଇ ତାତି ଉଠିଥିଲା ସଂଖ୍ୟାବହୁଳ ମୁସଲମାନ ସମ୍ପ୍ରଦାୟ । ଏହା ପରେ ପ୍ରତିଶୋଧ ପରାୟଣ ମନୋଭାବ ରଖି ସ୍ଥାନୀୟ ଅଞ୍ଚଳରେ ଅବସ୍ଥିତ ଥିବା ମନ୍ଦିର ଉପରେ କରିଥିଲେ ଆକ୍ରମଣ । ମନ୍ଦିର ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଏ ମାମଲାରେ କାହାକୁ ଗିରଫ କରାଯାଇନଥିବା ବେଳେ ମନ୍ଦିରର ସୁରକ୍ଷା ଲାଗି ଘଟଣାସ୍ଥଳରେ ଭାରୀ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ମଦ୍ରାସା ପୁସ୍ତକାଳୟକୁ କଥିତ ରୂପେ ଅପବିତ୍ର କରିଥିବା ଅଭିଯୋଗରେ ସମ୍ପୃକ୍ତ ନାବାଳକକୁ ଗିରଫ କରାଯିବା ପରେ ତାକୁ ଜାମିନରେ ଛାଡି ଦିଆଯାଇଛି। କାରଣ ପ୍ରଥମତଃ ସେ ନାବାଳକ ଏବଂ ତା’ ବିରୁଦ୍ଧରେ ଆସିଥିବା ଅଭିଯୋଗର କୌଣସି ପ୍ରମାଣ ମିଳନାହିଁ।

 

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

12 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

23 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

52 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago