ଦେଶରେ କାୟା ମେଲାଉଛି କୋଭିଡ, ଏହା ପରେ ବି ଭାରତ ଆଫଗାନିସ୍ତାନକୁ ପଠାଇଲା ୫ ଲକ୍ଷ କୋଭାକ୍ସିନ

ବର୍ତ୍ତମାନ ଦେଶରେ କୋଭିଡ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି କରୋନା ଭାଇରସ ନିଜକୁ ଏତେ ମ୍ୟୁଟେଟ କରୁଛି ଯେ ଡେଲ୍ଟା, ଗାମା ଓ ଓମିକ୍ରନ ପରି ଅନେକ ଭାରିଏଣ୍ଟ ଦେଖିବାକୁ ମିଳୁଛି । ପୁଣି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ଏତେ ମାତ୍ରାରେ ମାରାତ୍ମକ ନହେଲେ ମଧ୍ୟ ଏହାର ଲକ୍ଷଣ ଜଣା ପଡୁନଥିବାରୁ ଏହା ଅଧିକ ମାତ୍ରାରେ ବ୍ୟାପିକାକୁ ଲାଗିଛି । ଗୋଟେ ଦିନରେ ପ୍ରାୟ ୩୬ ପ୍ରତିଶତ କୋଭିଡ କେସ୍‌ ସାମ୍ନାକୁ ଆସୁଥିବା ରେକର୍ଡ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ଦେଖିବାକୁ ଗଲେ ୨୦୨୧ ଡିସେମ୍ବର ୨୧ ଠାରୁ ୨୦୨୨ ଜାନୁୟାରୀ ୩ ପର୍ଯ୍ୟନ୍ତ ୨ ଲକ୍ଷ ୮ ହଜାର ୯୭ ଆକ୍ଟିଭ୍‌ କେସ ରହିଛି ।

co-vaccine
Picture Credit – OpIndia

କେନ୍ଦ୍ର ସରକାର ରାଜ୍ୟରେ ଅସ୍ଥାୟୀ ହସ୍ପିଟାଲ ତିଆରି କରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏମିତିକି ଯଦି କୌଣସି ରୋଗୀଙ୍କର ପରିସ୍ଥିତି ଖରାପ ହେଉଛି ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଆଦେଶ ଦିଆଯାଛି । ସ୍ୱାସ୍ଥ୍ୟ ସଚିବ ରାଜେସ ଭୂଷଣ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏଥି ପାଇଁ ଚିଠି ମଧ୍ୟ ଲେଖିଛନ୍ତି ।

ବର୍ତ୍ତମାନ ମହାରାଷ୍ଟ୍ର, କର୍ଣ୍ଣାଟକ,ଦିଲ୍ଲୀ, ବିହାର, ଛତିଶଗଡ, ଗୋଆ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶରେ କରୋନା ପଜିଟିଭିଟି ରେଟ ବଢିବାକୁ ଲାଗିଛି । ଯାହାପାଇଁ ଏହି ଅନେକ ରାଜ୍ୟର ରାଜ୍ୟ ସରକାର କୋଭିଡରୁ ବର୍ତ୍ତିବା ପାଇଁ ନୂଆ ରୁଲ ରେଗୁଲେସନ ଜାରି କରୁଛନ୍ତି । ଯାହାଦ୍ୱାରା ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା କମି ପାରିବ ।

ଏହା ପରେ ମଧ୍ୟ ଅନ୍ୟ ଏକ ବଡ ଖବର ହେଉଛି ବର୍ତ୍ତମାନ କେବଳ ଭାରତ ନୁହେଁ ଅନ୍ୟ ଦେଶମାନଙ୍କରେ ମଧ୍ୟ କୋଭିଡ କେସ ବଢିବାରେ ଲାଗିଛି । ଯାହାପାଇଁ କିଛି ଦେଶ ଅନେକ ଅସୁବିଧାର ସାମ୍ନା ମଧ୍ୟ କରୁଛନ୍ତି । କାରଣ ସେଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍‌ ନାହିଁ, ଯେମିତିକି ଆଫଗାନିସ୍ତାନ । ତେଣୁ ମାନବିକତା ଦୃଷ୍ଟିରୁ ଭାରତ ଆଫଗାନିସ୍ତାନକୁ ୫ ଲକ୍ଷ କୋଭାକ୍ସିନ ଟିକା ପାଠାଇଛି । ତାଲିବାନ ସରକାର ହେବା ପରେ ପ୍ରଥମ ଥର ପାଇଁ ଭାରତ ଆଫଗାନିସ୍ତାନକୁ ଜୀବନ ରକ୍ଷା ପାଇଁ ଟିକା ଦାନ କରିଛି । ପୁଣି ଆହୁରି ୫ ଲକ୍ଷ ଡୋଜ୍‌ ମଧ୍ୟ ଆଗାମୀ ଦିନରେ ପଠାଯିବ ।

 

Leave A Reply

Your email address will not be published.