ଆଫଗାନିସ୍ତାନକୁ ୩ ଟନ୍‌ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ, ତାଲିବାନ୍‌ କବ୍‌ଜା ପରେ ବି ଲଗାତାର କରୁଛି ସାହାଯ୍ୟ

ଆଫଗାନିସ୍ତାନକୁ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ। ଭାରତ ପକ୍ଷରୁ ଆଫଗାନିସ୍ତାନକୁ ୩ ଟନ୍‌ ଆବଶ୍ୟକ ଜୀବନ ରକ୍ଷକ ମେଡିସିନ୍‌ ସମେତ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ମଧ୍ୟ ପଠାଯାଇଛି। ଏହାକୁ କାବୁଲର ଇନ୍ଦିରା ଗାନ୍ଧୀ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି।

ବିଦେଶ ମନ୍ତ୍ରାଳୟ ମୁତାବକ, ଭାରତ ପୂର୍ବରୁ ମଧ୍ୟ ଆଫଗାନିସ୍ତାନକୁ ତିନିଟି ଫେଜ୍‌ରେ ଚିକିତ୍ସାପାଇଁ ଆବଶ୍ୟକ ମେଡିସିନ୍‌ ପଠାଇଛି। ଏଥରକ ଚତୁର୍ଥ ପର୍ଯ୍ୟାୟରେ ଏହି ସାହାଯ୍ୟ ଯୋଗାଇଛି ଭାରତ। ପୂର୍ବରୁ ୩ଟି ପର୍ଯ୍ୟାୟରେ ଭାରତ କରୋନା ଭ୍ୟାକ୍‌ସିନ୍‌ର ୫,୦୦,୦୦୦ ଡୋଜ୍‌ ସହ ଅନ୍ୟ ଜୀବନ ରକ୍ଷାକାରୀ ମେଡିସିନ୍‌ ସପ୍ଲାଏ କରିଥିଲା। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆଗାମୀ ସପ୍ତାହରେ ଆମେ ଆଫଗାନିସ୍ତାନର ଲୋକଙ୍କ ପାଇଁ ଅଧିକ ମେଡିସିନ୍‌ ଓ ଖାଦ୍ୟ ପଦାର୍ଥ ପଠାଇବୁ।

ସୂଚନାଯୋଗ୍ୟ ଯେ ନିକଟରେ ଆଫଗାନିସ୍ତାନର ଅବସ୍ଥାକୁ ଦେଖି ସଂଯୁକ୍ତ ରାଷ୍ଟ୍ରର ମହା ସଚିବ ଲଣ୍ଟୋନିଆ ଗୁତରେସ୍‌ ଚିନ୍ତା ବ୍ୟକ୍ତ କରି କହିଥିଲେ, ଆଫଗାନିସ୍ଥାନ ଏକ ସୂତାରେ ଝୁଲିଛି। ଏଭଳି ସ୍ଥିତିରେ ଆଫଗାନିସ୍ତାନର ଲୋକଙ୍କୁ ଏକୁଟିଆ ଛାଡ଼ି ହେବ ନାହିଁ। ଏଣୁ ସେ ସାରା ବିଶ୍ୱକୁ ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଥିଲେ ଓ ସହାୟତା ପାଇଁ
ଆଗକୁ ଆସିବାକୁ କହିଥିଲେ।