ଭାରତ ନେବ ଆକ୍ସନ, ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବା CCS ବୈଠକ

ଭାରତ ନେବ ଆକ୍ସନ । ଟେନସନରେ ପାକିସ୍ତାନ । ଭାରତ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ନଥମୁଣୁ ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବା CCS ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଯୋଗ ଦେବେ ।
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କ୍ୟାବିନେଟ ସଚିବ ଓ ପ୍ରତିରକ୍ଷା ସଚିବ ମଧ୍ୟ ଉପସ୍ଥିତ ରହିବ । ପହଲଗାମ ଆଟାକ ପରେ ଏହା ଦ୍ୱିତୀୟ ସିସିଏସ ବୈଠକ । ଏପ୍ରିଲ ୨୩ ତାରିଖରେ ହୋଇଥିବା ସିସିଏସ ବୈଠକରେ ସିନ୍ଧୁ ଜଳ ଚୁକ୍ତି ବାତିଲ, ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ବେଳେ ଦ୍ୱିତୀୟ ବୈଠକରେ ମଧ୍ୟ ବଡ ଧରଣର ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆତଙ୍କୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ସାରିଥିବାରୁ ଅପେକ୍ଷା ଆଜିର ବଡ ନିଷ୍ପତ୍ତିକୁ ।
Also read: ଆଜି ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହୋଇଛି ୨୫୦କୋଟି ଟଙ୍କା