ଫ୍ରାନସରୁ ୨୬ ରାଫେଲ କିଣିବ ଭାରତ, ୬୩ ହଜାର କୋଟିର ଡିଲରେ ମୋହର

ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ ।  ୬୩ ହଜାର କୋଟିର ଡିଲରେ ଖୁବ ଶୀଘ୍ର ବାଜିବ ମୋହର ।  ଭାରତ ଫ୍ରାନସ ଠାରୁ ୨୬ଟି ରାଫେଲ ଲଢୁଆ ବିମାନ କିଣିବା ପାଇଁ ମେଗା ଡିଲ ଉପରେ ଖୁବ ଶୀଘ୍ର ବାଜିବ ମୋହର ।  ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଡିଲ ନେଇ ଖୁବ ଶୀଘ୍ର ସ୍ବାକ୍ଷର ହେବ ।

ଏଥିରେ ୨୨ଟି ସିଙ୍ଗଲ ସିଟର ଓ ୪ଟି ଟ୍ବିନ ସିଟର ରାଫେଲ ମରିନ ଜେଟ ମିଳିବ ।  ଡିଲରେ ମୋହର ବାଜିବା ପରେ ୨୦୨୯ ଶେଷ ଭାଗରେ ବିମାନର ଡେଲିଭରୀ ଆରମ୍ଭ ହେବ ।

୨୦୩୧ ସୁଦ୍ଧା ଭାରତୀୟ ନୌସେନାରେ ସମସ୍ତ ୨୬ଟି ରାଫେଲ ସାମିଲ ହେବ ବୋଲି ଆଶା ରହିଛି ।  ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଅନ ସିକ୍ୟୁରିଟିଜ ଏହି ଡିଲକୁ ମଞ୍ଜୁରୀ ପ୍ରଦାନ କରିଛି ।

Also read: ଫ୍ରାନ୍ସ : ମଝି ଆକାଶରେ ପରସ୍ପର ସହିତ ଧକ୍କା ହେଲା ରାଫେଲ, ୨ ପାଇଲଟ ମୃତ