ଦିଲ୍ଲୀକୁ ଟାର୍ଗେଟ କରୁଥିବା ପାକିସ୍ତାନୀ କ୍ଷେପଣାସ୍ତ୍ରକୁ ନିପାତ କରିଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ, ହରିୟାଣାର ସିରସାରେ ମିଳିଲା ଧ୍ବଂସାବଶେଷ

ଭାରତୀୟ ଶସସ୍ତ୍ର ସେନା ହରିୟାଣାର ସିରସା ଉପରେ ଫତେହ -୨ କ୍ଷେପଣାସ୍ତ୍ରକୁ ପଣ୍ଡ କରିବାରେ ସପଳ ହୋଇଛି । ଏହାକୁ ଖସାଇବାରେ ସଫଳ ହୋଇଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ । ଜମ୍ମୁ ,ଶ୍ରୀନଗର ପଠାନକୋଟ,ଅମ୍ରିତସର, ଉଧମପୁର, ଜଳନ୍ଧର, ନୂଆଦିଲ୍ଲୀ, ସହିତ ଅନେକ ଭାରତୀୟ ଅଞ୍ଚଳକୁ ଟାର୍ଗେଟ କରିଥିଲା ପାକିସ୍ତାନ ।
ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ଗତକାଲି ରାତିରେ ଦିଲ୍ଲୀକୁ ଟାର୍ଗେଟ କରି ଫତାହ-ଟୁ ମିସାଇଲ ମାଡ଼ କରିଥିଲା ପାକିସ୍ତାନ । କିନ୍ତୁ ଏହି ମିସାଇଲ ଆଟାକ ଉଦ୍ୟମ ପଣ୍ଡ ହୋଇଛି । ଫତାହ-୨ ହେଉଛି ଦୂରଗାମୀ ମିସାଇଲ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧୨୦ କିଲୋମିଟର ।
ପଞ୍ଜାବର ସିର୍ସାରେ ଫତାହ-ଟୁ ମିସାଇଲକୁ ଧ୍ବଂସ କରିଦିଆଯାଇଥିବା ସୂଚନା ମିଳିଛି । ତେବେ ପାକିସ୍ତାନର ଫତାହ ଟୁ ଆଟାକ ନେଇ ଭାରତୀୟ ସେନା ପକ୍ଷରୁ କିଛି କୁହାଯାଇ ନାହିଁ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ତେଣୁ ଦେଶର ପ୍ରମୁଖ ସହରଗୁଡ଼ିକ ହାଇଆଲର୍ଟରେ ଅଛି ।
କେବଳ କ୍ଷେପଣାସ୍ତ୍ର ନୁହେଁ,ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଓ ଏଲଓସି ଏବଂ ଅନ୍ୟାନ୍ୟ ସୀମାନ୍ତ ଜିଲ୍ଲା ଗୁଡିକରେ ଥିବା ନାଗରିକମାନଙ୍କୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣକୁ ବଢେଇଛି । ଗୋଟିଏ ଆକ୍ରମଣରେ ପାକିସ୍ତାନ ଜମ୍ମୁରେ ଥିବା ଏକ ହିନ୍ଦୁ ମନ୍ଦିରକୁ କ୍ଷତି ପହଞ୍ଚାଇଛି । ଏହି ସମୟରେ ଏସଓସି ଏବଂ ଅନ୍ତର୍ଜାତୀୟ ସୀମା ସହିତ ଅନେକ ସ୍ଥାନରେ ବିସ୍ପୋରଣ ହୋଇଥିବା ସୂଚନା ମିଳିଛି ।
Also read: ପାକିସ୍ତାନର ଡ୍ରୋନ ଆକ୍ରମଣ : ଅମୃତସରରେ ରେଡ ଆଲର୍ଟ, ଘରେ ରହିବାକୁ ପ୍ରଶାସନଙ୍କ ନିର୍ଦ୍ଦେଶ