ଦେଶ ବିଦେଶ

ତଓ୍ଵାଙ୍ଗ ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା କରିବ ଶକ୍ତି ପ୍ରଦର୍ଶନ, ଚୀନ ସୀମାରେ ଯୁଦ୍ଧାଭ୍ୟାସ କରିବ ସୁଖୋଇ ଏବଂ ରାଫେଲ

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ହେବା ପରେ ଏବେ ପରିସ୍ଥିତି ତିକ୍ତ ରହିଛି । ଏହା ଭିତରେ ଭାରତୀୟ ବାୟୁସେନା ଉତ୍ତର-ପୂର୍ବରେ ଚୀନ୍ ସୀମା ନିକଟରେ ଗୁରୁବାର ଠାରୁ ଦୁଇ ଦିନ ଧରି ଯୁଦ୍ଧାଭ୍ୟାସ କରିବ। ଏହି ଯୁଦ୍ଧାଭ୍ୟାସ ୧୫ ଏବଂ ୧୬ ତାରିଖରେ ହେବ। ଏହି ଯୁଦ୍ଧାଭ୍ୟାସରେ ରାଫେଲ, ସୁଖୋଇ ସମେତ ଦେଶର ପ୍ରାୟ ସମସ୍ତ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବେ । ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ଏବଂ ଉତ୍ତର-ପୂର୍ବରେ ସାମରିକ ପ୍ରସ୍ତୁତି ପରୀକ୍ଷା କରିବା ଏହି ଯୁଦ୍ଧାଭ୍ୟାସର ଲକ୍ଷ୍ୟ ।

ସୂଚନା ଅନୁସାରେ, ଏହି ଯୁଦ୍ଧାଭ୍ୟାସ ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ଭାରତ ଏବଂ ଚୀନ ସୈନିକଙ୍କ ସଂଘର୍ଷ ଯୋଗୁଁ ସ୍ଥଗିତ ରହିଥିଲା । ତେଣୁ ଏହା ସହିତ ତଓ୍ଵାଙ୍ଗ ସଂଘର୍ଷର କୌଣସି ସଂପର୍କ ନାହିଁ । ଏହି ଯୁଦ୍ଧାଭ୍ୟାସରେ ସୁଖୋଇ-30MKIs ରାଫେଲ ସମେତ ସମସ୍ତ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ଏଥିରେ ସାମିଲ ହେବେ । ସୂଚନାନୁସାରେ, ଏହି ଯୁଦ୍ଧାଭ୍ୟାସରେ ଭାରତର ସମସ୍ତ ଫ୍ରଣ୍ଟଲାଇନ ଏୟାରବେସ୍ ଏବଂ କିଛି ଅଗ୍ରୀମ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ମଧ୍ୟ ବ୍ୟବହାର କରାଯିବ।

୨୦୨୦ରେ, ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ହୋଇଥିଲା। ସେବେଠାରୁ ଭାରତୀୟ ସେନା ଏବଂ ବାୟୁସେନା ଗତ ଦୁଇ ବର୍ଷ ଧରି ଅରୁଣାଚଳ ଏବଂ ସିକ୍କିମରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ଷମ ପ୍ରସ୍ତୁତି ବଜାୟ ରଖିଥିଲେ। ଗତ ସପ୍ତାହରେ ଭାରତୀୟ ବାୟୁସେନା ତଓ୍ଵାଙ୍ଗର ଏଲଏଏସି ପାଖରେ ଚୀନର ଗତିବିଧି ଦେଖି ଲଢୁଆ ବିମାନ ମୁତୟନ କରିଥିଲା। ଡିସେମ୍ବର ୯ ପୂର୍ବରୁ ୨ରୁ ୩ ଥର ଚୀନର ଡ୍ରାଗନ ଏଲଏସି ନିକଟତର ହୋଇଥିଲେ। ଏହା ପରେ ଭାରତୀୟ ବାୟୁସେନାର ସୁଖୋଇ –୩୦ ବିମାନ ଏମାନଙ୍କୁ ଉଡାଇଥିଲା ।

ବାୟୁସେନାର ଯୁଦ୍ଧାଭ୍ୟାସ ତେଜପୁର, ଚାବୁଆ, ଜୋରହଟ ଏବଂ ହାଶିମାରା ଏୟାରବେସରୁ ହେବ। ଏହି ଯୁଦ୍ଧାଭ୍ୟାସ ବାୟୁସେନାର ପୂର୍ବତନ କମାଣ୍ଡୋ କରିବେ ।

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ପୋଷ୍ଟକୁ ହଟାଇବା ପାଇଁ ୧୫ ଦନ ପୂର୍ବରୁ ଯୋଜନା କରିଥିଲା ଚୀନ୍। ଡିସେମ୍ବର ୯ ତାରିଖରେ ପିଏଲଏର ଯୋଜନା ଉଦ୍ୟମକୁ ପଣ୍ଡ କରିଥିଲେ ଭାରତୀୟ ସେନା । ଅରୁଣାଚଳ ପ୍ରଦେଶର ତାଓ୍ଵାଙ୍ଗ ସୀମାରେ ଭାରତୀୟ ଆର୍ମି ପୋଷ୍ଟକୁ କବଜା କରିବା ପାଇଁ ଲକ୍ଷ୍ୟ ରଖିଥିଲା ଚୀନ ସୈନ୍ୟ । ଯାହା ସଫଳ ହୋଇନଥିଲା। ୧୭ ହଜାର ଫୁଟ ପାହାଡ ଉପରକୁ ୩୦୦ରୁ ଅଧିକ ସୈନ୍ୟ ଚଢି ଭାରତ ପୋଷ୍ଟ ଆଡକୁ ଆଗେଇ ଆସିଥିଲେ।

ଚୀନ୍ ସୈନିକମାନେ ଭାରତୀୟ ସେନା ଉପରକୁ ପଥର ମାଡ କରିଥିଲେ। ଫଳରେ ଭାରତୀୟ ସେନା ପ୍ରତିରୋଧ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଉଭୟ ଦେଶର ଯବାନ ଆହତ ହୋଇଛନ୍ତି । ଭାରତର ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି । ପୂର୍ବରୁ ୨୦୨୦ ଜୁନ ୧୫ ତାରିଖରେ ଗଲଓ୍ଵାନରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ପ୍ରାଣ ହରାଇଥିଲେ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago