ବିପଦରେ ବନ୍ଧୁ ସାଜିଲା ସେନା, ବନ୍ୟା ଘେରରୁ ଫସିଥିବା ଲୋକଙ୍କୁ ଉଠାଇ ଆଣିଲେ ଯବାନ

ନୂଆଦିଲ୍ଲୀ(କେନ୍ୟୁଜ୍): ରଖେ ହରି ମାରେ କିଏ। ଦେବଦୂତ ସାଜିଲା ସେନା। କେମିତି ବାୟୁସେନା ଟିମ୍‌ ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ଏହି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଜମ୍ମୁ କଶ୍ମୀରରେ। ସେହି ସମୟରେ ଏହି ଘଟଣା ସାରା ଦେଶର ଗଣମାଧ୍ୟମରେ ହେଡଲାଇନ୍ସ ହୋଇଥିଲା। ତାଓ୍ଵି ନଦୀରେ ହଠାତ୍‌ ମାଡ଼ି ଆସିଥିଲା ବନ୍ୟା ପାଣି। ତା ଭିତରେ ଫଶି ଯାଇଥିଲେ ଦୁଇ ଜଣ ଲୋକ। ଗୋଟିଏ ସ୍ଲାପ୍‌ ଉପରେ ସେମାନେ ଆଶ୍ରୟ ନେଇଥିଲେ। ଏକଥା ଜଣା ପଡ଼ିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବାୟୁସେନା ବିମାନ। ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଦୁଇ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ବାୟୁସେନା ଅଧିକାରୀ। ପ୍ରଥମେ ଉଦ୍ଧାର କରିବାକୁ ଯିବା ବେଳେ ଦଉଡ଼ି ଛିଣ୍ଡି ଯାଇଥିଲା। ବେଶ କିଛି ସମୟ ପାଇଁ ଏହି ଖବର ଉପରେ ସାରା ଦେଶବାସୀଙ୍କ ନଜର ଅଟକି ଯାଇଥିଲା। ସମସ୍ତେ ସୁରକ୍ଷିତ ଭାବରେ ଉଦ୍ଧାର ପାଇବା ପରେ ସବୁଠି ସେନାକୁ ତାରିଫ। ଏଭଳି ରେସକ୍ୟୁ ଅପରେସନ୍‌ ପରେ ଭାରତୀୟ ବାୟୁସେନାକୁ ସାଲ୍ୟୁଟ କରୁଛି ସାରା ଦେଶ।