ଭାରତୀୟ ବାୟୁସେନାକୁ ମିଳିବ ଦେଶର ପ୍ରଥମ ସ୍ୱଦେଶୀ ମିଲିଟାରୀ ସାଟେଲାଇଟ୍‌, ଜିସ୍ୟାଟ୍‌-୭ସି ଦ୍ୱାରା ମଜଭୁତ ହେବ ଏୟାରଫୋର୍ସ

ଭାରତୀୟ ବାୟୁସେନାକୁ ମିଳିବ ଦେଶର ପ୍ରଥମ ସ୍ୱଦେଶୀ ସାଟେଲାଇଟ୍‌। ଜିସ୍ୟାଟ୍‌-୭ ସି ନାମରେ ନାମିତ ଏହି ସାଟେଲାଇଟର ଦାମ୍‌ ୨୨୩୬ କୋଟି ଟଙ୍କା। ଏହାକୁ ଭାରତରେ ସଂପୂର୍ଣ୍ଣ ଭାବେ ତିଆରି କରିବା ପରେ ହିଁ ଲଞ୍ଚ କରାଯିବ। ଏହି ବାବଦରେ ରକ୍ଷା ମନ୍ତ୍ରଣାଳୟ ଦେଶର ପ୍ରଥମ ମିଲିଟ୍ରି ସାଟେଲାଇଟକୁ କିଣିବାକୁ ମଞ୍ଜୁରୀ ଦେଇଛି। ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତାଙ୍କ ମୁତାବକ, ମଙ୍ଗଳବାର ଦିନ ରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ରକ୍ଷା ଅଧିଗ୍ରହଣ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବାୟୁସେନାର ଆଧୁନିକିକରଣ ଏବଂ ଅପରେନସନାଲ ଆବଶ୍ୟକତାକୁ ଦେଖି ମେକ୍‌ ଇନ ଇଣ୍ଡିଆ ଅଧିନରେ ୨୨୩୬ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା।

ଏହି ପ୍ରସ୍ତାବରେ ଜିସ୍ୟାଟ୍‌-୭ସି ସାଟେଲାଇଟ ଏବଂ ଗ୍ରାଉଣ୍ଡ ହବ୍‌ ସାମିଲ ରହିଛି। ଏହି ସାଟେଲାଇଟ ଏବଂ ଗ୍ରାଉଣ୍ଡ ହବ୍‌ର ବ୍ୟବହାର ସଫ୍ଟେଓ୍ଵୟାର ଡିଫାଇଣ୍ଡ ରେଡିଓ(SDR) ର ରିଅର ଲାଇଟ୍‌ କନକ୍ଟିଭିଟି ପାଇଁ କରାଯିବ। ରକ୍ଷା ମନ୍ତ୍ରଣାଳୟ ମୁତାବକ, ଜିସ୍ୟାଟ୍‌-୭ ସି ସାଟେଲାଇଟରୁ ସଶସ୍ତ୍ର ସେନା ‘ଲାଇନ୍‌ ଅଫ ସାଇଟ୍‌’ରେ କମ୍ୟୁନିକେସନ ସୁରକ୍ଷିତ ଏବଂ ମଜବୁତ ହୋଇଯିବ।

ନିକଟରେ ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ କହିଥିଲେ, ଭାରଜ ଜିଓ ଷ୍ଟ୍ରାଟେଜିକ ସାଟେଲାଇଟ୍‌ ସେନାର ସମସ୍ତ ଆବଶ୍ୟକତାକୁ ପୂରଣ କରିପାରୁନାହିଁ। ଭାରତର ସମସ୍ତ ସ୍ପେସ୍‌ ଇକୋ ସିଷ୍ଟମ ‘ସିଭିଲ’ ପ୍ରଣାଳୀର। ଏଥିରେ ମିଲିଟ୍ରି ସହଭାଗିତା କେବଳ କମ୍‌ ରହିଛି। ଏମିତିରେ ଦେଶରେ ସଶସ୍ତ୍ର ସେନା ପାଇଁ ନେକ୍ସଟ ଜେନେରେସନ ସ୍ପେସ୍‌ ଟେକ୍ନୋଲୋଜିର ଅଭାବ ରହିଛି। କିନ୍ତୁ ଜିସ୍ୟାଟ-୭ସି ଏବେ ଦେଶକୁ ପ୍ରଥମ ମିଲିଟ୍ରି ସାଟେଲାଇଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.