ବେଙ୍ଗାଲୁରୁ : ୱିଙ୍ଗ କମାଣ୍ଡର ଏବଂ ସ୍କ୍ବାଡନ ଲିଡରଙ୍କୁ ଯୁବକଙ୍କ ମରଣାନ୍ତକ ଆକ୍ରମଣ, ଭିଡିଓ ସେୟାର ପରେ ଅଭିଯୁକ୍ତକୁ ଧରିଲା ପୋଲିସ

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପୁଣି ଏକ ଲଜ୍ୟାଜନକ ଘଟଣା । ବେଙ୍ଗାଲୁରୁରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଆଦିତ୍ୟ ବୋଷ ଏବଂ ତାଙ୍କ ପତ୍ନୀ ସ୍କାଡନ ଲିଡର ମଧୁମିତା ସହିତ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଦୁହେଁ ଡିଆରଡିଓ କଲୋନୀ, ସିଭି ରମନ ନଗରରୁ ଏୟାରପୋର୍ଟକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଘଟଣା ବିଷୟରେ ଏକ ଭିଡିଓ ସେୟାର କରି ବାୟୁସେନାର ଅଧିକାରୀ ଜଣାଇଛନ୍ତି । ପୋଲିସ ୱିଙ୍ଗ କମାଣ୍ଡର ଆଦିତ୍ୟ ବୋଷଙ୍କ ପତ୍ନୀଙ୍କ ଅଭିଯୋଗରେ ଏଫଆଇଆର ଦାୟର କରି ଅଭିଯୁକ୍ତକୁ ଗିରଫ କରିଛି ।
ଖବର ମୁତାବକ, ୧୮ ଏପ୍ରିଲରେ ୱିଙ୍ଗ କମାଣ୍ଡର ଏବଂ ତାଙ୍କ ପତ୍ନୀ ସିଭି ରମଣ ନଗରରୁ ଡିଆରଡିଓ ଏୟାରପୋର୍ଟକୁ ଯାଉଥିଲେ । ଏହି ସମୟରେ ଏକ ବାଇକରେ ଜଣେ ବ୍ୟକ୍ତି ଆସି ତାଙ୍କ କାରକୁ ରୋକିବା ସହିତ କନ୍ନଡ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ବ୍ୟକ୍ତି ଜଣକ ଗାଡିରେ ଡିଆରଡିଓ ଦେଖି ବ୍ୟକ୍ତି ଜଣକ କମାଣ୍ଡର ଏବଂ ତାଙ୍କ ପତ୍ନୀଙ୍କୁ ଅପମାନଜନକ ଟିପ୍ପଣୀ ଦେଇଥିଲେ । ଏହାପରେ ଓିଙ୍ଗ କମାଣ୍ଡର କାରରୁ ବାହାରକୁ ଆସିବା ପରେ ବ୍ୟକ୍ତି ଜଣକ ତାଙ୍କ ମୁଣ୍ଡକୁ ପଥରରେ ଆକ୍ରମଣ କରିଥିଲା । ଏହାପରେ ଏକ ଭିଡିଓ ସେୟାର କରିଥିଲେ ।
ଭିଡିଓରେ ୱିଙ୍ଗ କମାଣ୍ଡର କହିଛନ୍ତି, କିଭଳି ସଶସ୍ତ୍ର ବଳ ସଦସ୍ୟ ସହିତ ଲୋକ ଏଭଳି ବ୍ୟବହାର କରିପାରୁଛନ୍ତି । ଆଦିତ୍ୟ ଘଟଣା ସ୍ଥଳରେ ଛିଡା ହୋଇ ଚିତ୍କାର କରିବା ସହିତ ପ୍ରଶ୍ନ କରୁଥିଲେ ।
ତେବେ ଭିଡିଓ ଭାଇରଲ ହେବା ପରେ ବେଙ୍ଗାଲୁରୁ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଛି ।
Also Read : ସଂପତ୍ତିରୁ ଭାଗ ଚାହୁଁଥିଲେ କର୍ଣ୍ଣାଟକ ପୂର୍ବତନ ଡିଜିପିଙ୍କ ପତ୍ନୀ, ସ୍ବାମୀଙ୍କ ଆଖିରେ ଲଙ୍କା ପାଉଡର ପକାଇ କରିଥିଲେ…