ଉତ୍ତରପ୍ରଦେଶ ଆଗ୍ରା ନିକଟରେ ଏକ ମିଗ-୨୯ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଏବଂ ଦୁଇ ଜଣ ବିମାନରୁ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ବିମାନଟି ପଞ୍ଜାବର ଆଦମପୁରରୁ ଉଡାଣ ଭରି ଅଭ୍ୟାସ ପାଇଁ ଆଗ୍ରା ଯାଉଥିଲା । ଦୁର୍ଘଟଣା କେମିତି ହେଲା ତାର କାରଣ ଜଣାପଡିନାହିଁ ।
A MiG-29 fighter jet has crashed near Agra, Uttar Pradesh. The pilot has ejected from the plane. The plane had taken off from Adampur in Punjab and was en route to Agra for an exercise when the incident happened. More details awaited. Court of Inquiry to be ordered: Defence… pic.twitter.com/L6a7zxaBbV
— ANI (@ANI) November 4, 2024
ବିମାନଟି କାଗାରୋଲ-ସୋନିଗା ଗାଁ ନିକଟରେ ଖାଲି ବିଲରେ ପଡିଥିଲା । ଦୁର୍ଘଟଣା ଠାରୁ ୨ କିମି ଦୂରରେ ପାଇଲଟ ଏବଂ ସାଥି ପଡିଥିବା ସୂଚନା ମିଳିଛି । ବିମାନଟି ତଳେ ପଡିବା ପରେ ବିମାନରେ ନିଆଁ ଲାଗିଯାଇଛି । ତେବେ ଦୁର୍ଘଟଣା କେମିତି ହେଲା ତାର କାରଣ ଜଣାପଡିନାହିଁ । ଏନେଇ ରକ୍ଷା ଅଧିକାରୀ କୋର୍ଟ ଅଫ ଇନକ୍ବାରୀ ଆଦେଶ ଦେଇଛନ୍ତି ।
ନିକଟରେ ସେପ୍ଟେମ୍ବରରେ ରାଜସ୍ଥାନ ବାଡମେରରେ ଏକ ମିଗ-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ପାଇଲଟ ନିଜକୁ ବଞ୍ଚାଇଥିଲେ । ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିଲା ।