ଦେଶ ବିଦେଶ

ଆମେରିକା: ମୃତ୍ୟୁଶଯ୍ୟାରେ ପଡ଼ିଥିଲେ ସମ୍ପର୍କୀୟ, ଭିଡିଓ କଲ୍‌ରେ ହିନ୍ଦୀରେ କଥା ହେବାରୁ ଚାକିରିରୁ ବିଦା ହେଲେ ଭାରତୀୟ ଇଞ୍ଜିନିୟର

ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହିନ୍ଦୀରେ କଥା ହେବା ମହଙ୍ଗା ପଡ଼ିଛି। ୭୮ ବର୍ଷୀୟ ଏହି ବରିଷ୍ଠ ବ୍ୟକ୍ତିଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। କାରଣ, ସେ ନିଜର ଜଣେ ସମ୍ପର୍କୀୟଙ୍କ ସହିତ ଭିଡିଓ କଲ୍‌ରେ ହିନ୍ଦୀରେ କଥା ହେଉଥିଲେ। ଚାକିରିରୁ ବହିଷ୍କୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଅନିଲ ଭାରଷ୍ଣେୟ।

ରିପୋର୍ଟ ମୁତାବକ, ଭାରଷ୍ଣେୟ ଦୀର୍ଘ ଦିନ ଧରି ଅଲାବାମାରେ ହଣ୍ଟସଭିଲି ମିସାଇଲ୍‌ ଡିଫେନ୍ସ କଣ୍ଟ୍ରାକ୍ଟର ପାର୍ସନ୍ସ କର୍ପୋରେସନ୍ ସହିତ କାମ କରି ଆସୁଥିଲେ। ସେ ଏହି କମ୍ପାନୀର ଜଣେ ବରିଷ୍ଠ ସିଷ୍ଟମ ଇଞ୍ଜିନିୟର ଥିଲେ।

ଗତ ବର୍ଷ ସେପ୍ଟେମ୍ବର ୨୬ରେ ଏହି ଘଟଣା ଘଟିଥିଲା। ଅନିଲ ଭାରଷ୍ଣେୟ ଭାରତରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ସହ ଭିଡିଓ କଲରେ କଥା ହେଉଥିଲେ। ଏହି ସମୟରେ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଏପରି କରୁଥିବାର ଦେଖି ନେଇଥିଲେ ଏବଂ ତାଙ୍କୁ କହିଥିଲେ କି, ଫୋନ୍ କଲରେ କଥା ହେବା ନିଷେଧ। ଏହା ପରେ ଭାରଷ୍ଣେୟ ତୁରନ୍ତ କଲ୍‌ କାଟି ଦେଇଥିଲେ।

କୁହାଯାଉଛି ଯେ ଅନିଲ ଭାରଷ୍ଣେୟ ଯାହାଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ, ସେ ମୃତ୍ୟୁଶଯ୍ୟାରେ ପଡ଼ିଥିଲେ। ସମ୍ପର୍କୀୟ ଜଣକ ତାଙ୍କର ଶେଷ ସମୟରେ ଭାରଷ୍ଣେୟଙ୍କ ସହିତ କଥା ହେବାକୁ ଚାହୁଁଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୨ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା।

ସେପଟେ ଭାରଷ୍ଣେୟ ଚାକିରିରୁ ବହିଷ୍କୃତ ହେବା ପରେ ପାର୍ସନ୍ସ କର୍ପୋରେସନ୍ ଏବଂ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଫେଡେରାଲ୍‌ କୋର୍ଟରେ ମାମଲା ଦାୟର କରିଛନ୍ତି। ଏଥିରେ ଦାବି କରାଯାଇଛି ଯେ ତାଙ୍କ ସହକର୍ମୀ ତାଙ୍କ ବିଷୟରେ କମ୍ପାନୀକୁ ଭୁଲ୍‌ ତଥ୍ୟ ଦେଇଛନ୍ତି। ଫୋନ୍ କଲରେ କୌଣସି ବି ପ୍ରକାରର ଉଲ୍ଲଂଘନ ହୋଇ ନ ଥିଲା। ତାଙ୍କ ସହିତ ଭେଦଭାବ କରାଯାଇଛି।

ଏଥି ସହିତ ସେ ଦାବି କରିଛନ୍ତି କି, ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ବେଳେ ସେ କମ୍ପାନୀ ସହ ଜଡିତ କୌଣସି ଗୋପନୀୟ ତଥ୍ୟ ସେୟାର କରିନାହାନ୍ତି କି କମ୍ପାନୀର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇନାହାନ୍ତି।

Roshni

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

6 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

10 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

12 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

18 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

30 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

36 mins ago