କେବଳ ଭାରତରେ ନୁହେଁ ଆମେରିକାରେ ବି ଶୁଭିଲା ‘ରାମ ନାମ’ ଧୁନ୍‌, ରାସ୍ତାରେ ନାମ ସଂକୀର୍ଣ୍ଣନ କଲେ ଶ୍ରଦ୍ଧାଳୁ

ରାମ ନାମ ଧ୍ୱନି କେବଳ ଭାରତରେ ନୁହେଁ ଆମେରିକାରେ ମଧ୍ୟ ଶୁଣିବାକୁ ମିଳିଛି। ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅବସରରେ ଆମେରିକାରେ ରହୁଥିବା ଭାରତୀୟମାନେ ଉତ୍ସବ ପାଳନ କରିଛନ୍ତି। ଏଥିସହ ୟୁଏସ୍‌ର ସମସ୍ତ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଓ୍ଵାଶିଂଟନ୍‌ର କ୍ୟାପିଟାଲ ହିଲ ବାହାରେ ଭାରତୀୟମାନେ ଏକାଠି ହୋଇ ଦୀର୍ଘଦିନର ଆଶା ପୂରଣ ହୋଇଥିବାରୁ ଉତ୍ସବ ପାଳିଛନ୍ତି। ଏ ଅବସରରେ ଜୟ ଶ୍ରୀରାମ ନାରା ଲଗାଇ ଲୋକମାନେ ସହରରେ ବୁଲିଥିଲେ। କିଛି ଭାରତୀୟ ଗେରୁଆ ପୋଷାକ ପିନ୍ଧି ଗେରୁଆ ପତାକା ଧରିଥିବା ଦେଖିବାକୁ ମିଳିଛି।

Indian-Americans to celebrate Ram mandir bhoomi pujan on August 5 ...

ପୂର୍ବରୁ ହିନ୍ଦୁ ସମୁଦାୟର ନେତା କହିଥିଲେ ରାମ ମନ୍ଦିରର ଭୂମିପୂଜନ ଅବସରରେ ଆମେରିକାର ସମସ୍ତ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବ। ସବୁ ପ୍ରବାସୀ ଭାରତୀୟ ଘରେ ଶ୍ରୀରାମଙ୍କ ପାଇଁ ଦୀପ ଜାଳିବାକୁ ଆହ୍ଵାନ୍‌ ଦିଆଯାଇଥିଲା। ଏଥିସହ ହିନ୍ଦୁ ମନ୍ଦିରର କାର୍ଯ୍ୟକାରୀ ସମ୍ମେଳନ ଓ ହିନ୍ଦୁ ମନ୍ଦିର ପୂଜାରୀ ସମ୍ମେଳନ ତରଫରୁ ଭାରତ-ଆମେରିକାରେ ବହୁ ସଂଖ୍ୟାରେ ସାମୂହିକ ଭର୍ଚୁଆଲ ପ୍ରାର୍ଥନାରେ ଅଂଶଗ୍ରହଣ କରିବାକୁ ଅପିଲ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.