ପୁଲୱାମା ଆକ୍ରମଣ ପରେ ବି ଭାଙ୍ଗିନି ମନୋବଳ, ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ

ଭାରତୀୟ ବାୟୁସେନା ଆଜି ପୋଖରାନର ଫାୟାରିଂ ରେଞ୍ଜରେ ଶକ୍ତି ପ୍ରଦର୍ଶନ କରିଛି। ଭାରତୀୟ ବାୟୁସେନାର ଯୁଦ୍ଧାଭ୍ୟାସ ବାୟୁଶକ୍ତି -୨୦୧୯ ଉଦଘାଟିତ ହୋଇଛି। ଚାନ୍ଧନ ଫିଲଡ ଫାୟାରିଂ ରେଞ୍ଜରେ ବାୟୁସେନାର ଶକ୍ତି ପ୍ରଦର୍ଶନ ହୋଇଛି। ଅଭ୍ୟାସ ବେଳେ ସୁଖୋଇ ବିମାନ ଶତ୍ରୁପକ୍ଷର କ୍ୟାମ୍ପକୁ ଧ୍ୱଂସ କରିବା ସହ ରନୱେକୁ ନଷ୍ଟ କରିଥିଲା। ସେହିପରି ମିଗ ୨୭ ବିମାନ ୭୦ଏମଏମ ରକେଟ ନିକ୍ଷେପ କରିଥିଲା। ସୁଖୋଇ-୩୦ ବିମାନ ଶତ୍ରୁପକ୍ଷର ଅସ୍ତ୍ରାଗାରକୁ ଧ୍ୱଂସ କରିଥିଲା। ସେହିପରି ଜାଗୁଆର ବିମାନ ୩୦୦୦କିଲୋ ବୋମା ନିକ୍ଷେପ କରି ଶସ୍ତ୍ରାଗାରକୁ ନଷ୍ଟକରି ଦେବାର ଝଲକ ଦେଖାଇଥିଲେ।

ଏଥିରେ ମୋଟ ୧୩୮ଟି ଯୁଦ୍ଧ ବିମାନ ଭାଗ ନେଇଛନ୍ତି। ଏମ୍ଆଇ ୧୭-ବି ହେଲିକପ୍ଟର, ଜାଗୁଆର ମିଗ- ୨୯, ମିରାଜ- ୨୦୦୦, ସୁଖୋଇ-୩୦ ଏମକେଆଇ, ଏମଆଇଜି-୨୭, ତେଜସ, ସି-୧୩୦ ଜେ, ଆକାଶ ମିସାଇଲ, ଗରୁଡ଼ କମାଣ୍ଡୋ ଆଦି ବିମାନ ଭାଗ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ବିଏସ ଧନୋଆ, ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଓ ରାଜସ୍ଥାନର ଅନେକ ସାଂସଦ ଏଥିରେ ଯୋଗ ଦେଇଛନ୍ତି।