ଦେଶ ପାଇଁ ଜୀବନ ଦେଲା ଆର୍ମି କୁକୁର ଫାଣ୍ଟମ, ଗତକାଲି ବାଜିଥିଲା ଗୁଳି

ଜମ୍ମୁ କଶ୍ମୀର ସୁନ୍ଦରବନି ସେକ୍ଟରର ଅଖନୁରରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣରେ ଆର୍ମି ଡଗ୍ ଫାଣ୍ଟମ ସହିଦ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ହ୍ୱାଇଟ୍ ନାଇଟ୍ କର୍ପସ ପକ୍ଷରୁ ସୋସିଆଲ୍ ମିଡ଼ିଆ Xରେ ସୂଚନା ଦିଆଯିବା ସହ ସହିଦ ଫାଣ୍ଟମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
Xରେ ଲେଖାଯାଇଛି କି, ଆମ ସୈନିକ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚିବା ବେଳେ ଗୁଳିର ଶିକାର ହୋଇଥିଲା ଫାଣ୍ଟମ । ସେ ଗୁରୁତର ଭାବେ ଆହତ ହୋଇଥିଲା । ଆମର ପ୍ରକୃତ ହିରୋ ତଥା ଭାରତୀୟ ସେନାର ବୀର କୁକୁର ଫାଣ୍ଟମର ସର୍ବୋଚ୍ଚ ବଳିଦାନକୁ ନମନ କରୁଛୁ ।
୨୦୨୦ ମେ ୨୫ରେ ଜନ୍ମ ନେଇଥିଲା ଫାଣ୍ଟମ । ୨୦୨୨ ଅଗଷ୍ଟ ୧୨ରେ ସେନାରେ ନିଯୁକ୍ତ ହୋଇଥିଲା ବେଲଜିୟମ୍ ମାଲିନୋଏସ୍ ତଥା ବେଲଜିଆର୍ ସେଫାର୍ଡ ପ୍ରଜାତିର କୁକୁର ଫାଣ୍ଟମ । ଦେଶ ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି କୁକୁର ୦୯ ପାରା ସ୍ପେଶାଲ୍ ଫୋର୍ସରେ ନିଯୁକ୍ତି ପାଇଥିଲା । ଏହି ସାହସୀ କୁକୁର ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ପହଞ୍ଚିଥିଲା । ଠିକ୍ ଏହି ସମୟରେ ଆତଙ୍କବାଦୀମାନେ ଏହି ସେନା କୁକୁର ଉପରକୁ ହମଲା କରିଥିଲେ ।
Update
We salute the supreme sacrifice of our true hero—a valiant #IndianArmy Dog, #Phantom.
As our troops were closing in on the trapped terrorists, #Phantom drew enemy fire, sustaining fatal injuries. His courage, loyalty, and dedication will never be forgotten.
In the… pic.twitter.com/XhTQtFQFJg
— White Knight Corps (@Whiteknight_IA) October 28, 2024
ସୂଚନାଯୋଗ୍ୟ, ଜମ୍ମୁର ଅଖନୁର ଗାଁ ନିକଟରେ ଲୁଚିଥିବା ଆତଙ୍କବାଦୀକୁ ସୁରକ୍ଷା ବଳ ନିହତ କରିଥିଲା । ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ବିସ୍ଫୋରଣ ସାମଗ୍ରୀ ମିଳିଥିଲା । ସକାଳ ପ୍ରାୟ ୭ଟାରେ ସେନା ଗାଡ଼ି ଯାଉଥିବା ବେଳେ ୩ ଆତଙ୍କବାଦୀ ଫାୟାରିଂ କରିଥିଲେ । ଅଞ୍ଚଳର ୩ ଆତଙ୍କୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ପାକିସ୍ତାନ ସୀମା ନିକଟ ଅଖନୁର ସେକ୍ଟରରେ ସୋମବାର ସକାଳେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।